ସ୍ୱଚ୍ଛ ସାଥି, ଜଳ ସାଥି ଓ ସୁପର ଭାଇଜରଙ୍କୁ ସାଇକେଲ ବିତରଣ ର ଶୁଭାରମ୍ଭ
କନ୍ଧମାଳ--- ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସଭାଗୃହ ଠାରେ ଓଡିଶା ସରକାର ଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୋଷ୍ଟି ସହଭାଗିତା ର ଉତ୍ସବ ପାଳିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଆଜି ସାଇକେଲ ବିତରଣ ର ଶୁଭାରମ୍ଭ କରାଯାଇଛି l ବାଲିଗୁଡା ଏନ.ଏ. ସିର 17 ଜଣ ସ୍ୱଚ୍ଛ ସାଥି, ଜଳ ସାଥି ଓ ସୁପର ଭାଇଜର ଙ୍କୁ ଗୋଷ୍ଠୀ ସହଭାଗିତା ଉତ୍ସବ ଅବସରରେ ସାଇକେଲ ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବାଲିଗୁଡା ଏନ.ଏ.ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତି ନାୟକ, କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ନଗର ପ୍ରତିନିଧି ଲୋକନାଥ ପାଢ଼ୀ, ବିଧାୟକଙ୍କ ପ୍ରତିନିଧି ଅବନୀକାନ୍ତ ନାୟକ ,ସ୍ୱଚ୍ଛ ସାଥି, ଜଳ ସାଥି ଓ ସୁପର ଭାଇଜର ଙ୍କୁ ସାଇକେଲ ବଣ୍ଟନ କରିଥିଲେ l ମିଶନ ଶକ୍ତି ନାରୀ ମାନଙ୍କୁ ନୂତନ ପରିଚୟ ଦେଇଥିବା ବେଳେ ମହିଳା ଆଜି ସଶକ୍ତିକରଣ ହେବା ସହ ନିଜେ ସ୍ୱାବଲମ୍ବୀ ମଧ୍ୟ ହୋଇ ପାରୁଛନ୍ତି ବୋଲି କାର୍ଯ୍ୟରତ ସ୍ୱଚ୍ଛ ସାଥି, ଜଳ ସାଥି କହିଛନ୍ତି l ତେଣୁ ସାଇକେଲ ବଣ୍ଟନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣେଇଛନ୍ତି ସମସ୍ତ ମହିଳା ଗୋଷ୍ଠୀ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨/୩/୨୦୨୩---୮,୧୦ Sakhigopal News,2/3/2023



