ବିପଦ ଶଙ୍ଖୁଳ ଅବସ୍ଥାରେ ଅଟ୍ଟାଳିକା , ଭୁଶୁଡିବା ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ; ପ୍ରଶାସନ ନିରବଦ୍ରଷ୍ଟା
ଜଟଣୀ --ପୂର୍ବତଟ ରେଲୱେ ଅଧୀନ ଲୋକକଲୋନୀ ଅଞ୍ଚଳରେ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି ରେଲୱେ ନିର୍ମିତ ପୁରାତନ ଦୁଇ ମହଲା କୋଠା l 1962 ମସିହାରେ ଖୋର୍ଦ୍ଧାରୋଡ଼ ଡିଭିଜନ ପ୍ରତିଷ୍ଠା ପରେ ରେଳ କର୍ମଚାରୀଙ୍କ ରହିବାପାଇଁ କ୍ଵାଟର୍ସ ନିର୍ମିତ ହୋଉଥିଲା l ପରେ ପରେ 1868 ମସିହାରେ ଲୋକକଲୋନୀରେ 6 ଟି ଦୁଇ ମହଲା ବିଶିଷ୍ଟ କୋଠା ନିର୍ମିତ ହୋଇଥିଲା l ନିର୍ମିତ ଘର ଗୁଡିକ ପୁରାତନ ହୋଇଯାଇଥିବାରୁ ବିଭାଗ ତରଫରୁ ଆଧୁନିକରଣ ତଥା ନବନିର୍ମିତ ପାଇଁ 2020 ମସିହାରେ ଉଛେଦ ପ୍ରକ୍ରିୟା ଆରମ୍ଭ ହେଲା l ଛଅଟି ଅଟ୍ଟାଳିକା ମଧ୍ୟରୁ ଗୋଟିଏ ଅଟ୍ଟାଳିକା ଜରାଜୀର୍ଣ୍ଣ ତଥା ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି l ଏହାର ଫାଇଦା ଉଠାଉଛନ୍ତି ସ୍ଥାନୀୟ ଅସାମାଜିକ ଯୁବକ l ସନ୍ଧ୍ୟା ହେଲେ ସେହି ଜାଗାରେ ମଦୁଆଙ୍କ ଠାରୁ ଆରମ୍ଭ କରି ଗଂଜଡ଼ିଆ, ଭାଙ୍ଗୁଆ ଏବଂ ପାଉ ଖିଆଙ୍କ ଭିଡ ଜମେ l ଏମାନଙ୍କ ଭିଡ଼କୁ ଦେଖି ବିଭିନ୍ନ ନିଶା ବେପାରୀ ଦଲାଲ ମାନେ ସକ୍ରିୟ ହୋଇ ମାଲେମାଲ ହେଉଛନ୍ତି l ନିଶାଡୀଙ୍କ ଉତ୍ପାତରେ ସ୍ଥାନୀୟ ବାସିନ୍ଦା ସନ୍ଧ୍ୟା ହେଲେ ଭୟରେ ସେହି ବାଟ ଦେଇ ଚଳପ୍ରଚଳ ହେଉପାରୁନାହାନ୍ତି l ସେହି ଭଙ୍ଗା ଦଦରା କୋଠାରୁ ପ୍ରତ୍ୟକ ଦିନ ମଧ୍ୟରାତିରେ ଦୁର୍ବୁତ୍ତ ମାନେ ବାଡେଇ ଭାଙ୍ଗି ଲୁହାରଡ଼ ନେବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ସ୍ଥାନୀୟ ବାସିନ୍ଦା ତଥା ବୁଦ୍ଧିଜୀବୀଙ୍କ ମତରେ ତୁରନ୍ତ ଏହା ପ୍ରତି ରେଲୱେର ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ଏହି ବିପଦ ପୂର୍ଣ୍ଣ କୋଠାକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଚେଷ୍ଟା କରିବା ଉଚିତ l ବର୍ତ୍ତମାନ ଏହି କୋଠାର ଯେଉଁ ଅବସ୍ଥାରେ ଅଛି ବର୍ଷାଦିନେ ଏହା ଭୁଶୁଡିଯିବାର ସମ୍ଭାବନା ଅଛି l ତେଣୁ ଏହାର ତୁରନ୍ତ ସମାଧାନ କରନ୍ତୁ ନ ହେଲେ କିଛି ବଡ ଧରଣର ବିପଦ ଘଟେ ତେବେ ଏଥିପାଇଁ ରେଲୱେ କତୃପକ୍ଷ ଦାୟି ରହିବେ ବୋଲି ସ୍ଥାୟୀ ବାସିନ୍ଦାମାନେ ମତ ପୋଷଣ କରିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୩/୨୦୨୩----୯,୧୦ Sakhigopal News,2/3/2023



