ଭେଡେନ ଠାରୁ ରେମଣ୍ଡା ରାସ୍ତା ର ପ୍ରଶସ୍ତି ଓ ଉନ୍ନତି କରଣ କାମ ଅତି ନିମ୍ନମାନର
ବରଗଡ଼---- ବରଗଡ ଜିଲ୍ଲା ଭେଡେନ ଠାରୁ ରେମଣ୍ଡା ରାସ୍ତା ର ପ୍ରଶସ୍ତି କରଣ ଉନ୍ନତି କରଣ ପାଇଁ ପୂର୍ତ୍ତ ବିଭାଗ ଓଡ଼ିଶା ସରକାର ଅର୍ଥ ମଞ୍ଜୁର ହୋଇଥିଲା । ବିଜୁ ଜନତାଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ୧୮୮୯.୨୮ ଲକ୍ଷ୍ ଟଙ୍କା ବ୍ୟୟ ଅଟକଳ ଅନୁମୋଦନ କରାଇଥିଲେ। ତାହା ଗତ ୧୧.୧୦.୨୨ ତାରିଖ ଦିନ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ କରିଥିଲେ। ଏହି ରାସ୍ତା ନିର୍ମାଣ ପୂର୍ତ୍ତ ବିଭାଗ ତରଫରୁ କାମ ଆରମ୍ଭ ହୋଇଥିଲା। ଶୁଣିବାକୁ ମିଳୁଛି ଯେ, ଏହି ରାସ୍ତା ନିମ୍ନମାନର କାମ ହେଉଛି । ଭେଡେନ କଂଗ୍ରେସ ର ଏକ ପ୍ରତିନିଧି ଦଳ ପିସିସି ସଭ୍ଯ ତଥା ଭେଡେନ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଣ୍ଡା ନେତୃତ୍ବରେ କୃଷ୍ନ ଚନ୍ଦ୍ର ବେହେରା, ମାଧବ ସାହୁ, ରାଜା ମେହେର, ପରମା ମେହେର ପ୍ରମୁଖ ଉକ୍ତ ଭେଡେନ ଠାରୁ ରେମଣ୍ଡା ରାସ୍ତା ତଦାରଖ କରିବା ପାଇଁ ଯାଇଥିଲେ। ଏହି ରାସ୍ତା ରେ ପିଚୁ ଦିଆଯାଇଛି ହେଲେ ଗେଟିମାନେ ରାସ୍ତା ଉପରେ ପରିଭ୍ରମଣ କରୁଛନ୍ତି, ଯେତିକି ମାଟି ଖୋଳି ଯେତିକି କଂକ୍ରିଟ କରିବା କଥା ତାହା ହୋଇନାହିଁ, ଥୁକପାଲିସ କାମ ହେଉଛି, ଗୋଡ଼ ରେ ଠେଲି ଦେଲେ ପିଚୁ ରୁ ଗେଟି ବାହାରି ପଡୁଛି । ସରକାରଙ୍କ ଟଙ୍କା ରାଧେ ରାଧେ ଅଧେଅଧେ ସରିଜିବ ,ଉକ୍ତ ରାସ୍ତା ଟି ପୂର୍ବା ଅପେକ୍ଷା ଆଉରି ଖରାପ ହୋଇଯିବ ଆଶଙ୍କା ପ୍ରକାଶ କରିଛନ୍ତି । ରମେଶ ଚନ୍ଦ୍ର ପଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ର ସହକାରୀ ଯନ୍ତ୍ରୀଙ୍କୁ ଫୋନ ଯୋଗେ ଅଭିଯୋଗ କରିଛନ୍ତି । ମୁଁ ଗଲେ ଉପଯୁକ୍ତ ପଦକ୍ଷେପ ନେବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରମେଶ ଚନ୍ଦ୍ର ପଣ୍ଡା ଉପଯୁକ୍ତ ପଦକ୍ଷେପ ନ ନେଲେ ଆନ୍ଦୋଳନ କରାଯିବ ବୋଲି ଚରମବାଣୀ ଶୁଣାଇଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୩/୨୦୨୩---୮,୪୦ Sakhigopal News,2/3/2023




