ବିଇଓ ଯୁଧିଷ୍ଠିର ପରିଡ଼ାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
ଡେଲାଙ୍ଗ -ଡେଲାଙ୍କ ବ୍ଲକ୍ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷକ ସଂଘ, ସମସ୍ତ ସିଆରସିସି ଓ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ବ୍ଲକ୍ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡ଼ାଙ୍କ ସେବା ନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପିପିଲି ବିଇଓ ରବିନାରାୟଣ ପଣ୍ଡା ଏହି ସଭାରେ ସଭାପତିତ୍ବ କରିଥିଲେ। ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ଅତିଥି ମାନଙ୍କ ଦ୍ବାରା ମାଲ୍ୟାର୍ପଣ କରାଯାଇ ଉତ୍ସବକୁ ଉଦଘାଟନ କରିଥିଲେ । ଡେଲାଙ୍ଗ ବାଳିକା ନୋଡାଲ ବିଦ୍ୟାଳୟ ଓ ରେଞ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଅତିଥି ମାନଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସଂଗୀତ, ଗୁରୁ ବନ୍ଦନା ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ବ୍ଲକ୍ ଅଧ୍ୟକ୍ଷା ବାସନ୍ତୀ ସାହୁ ମୁଖ୍ୟ ବକ୍ତା ସଚ୍ଚିଦାନନ୍ଦ ପ୍ରଧାନ , ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଦୁର୍ବାସା ନିସଙ୍କ, ଜିଲ୍ଲା ପରିଷଦ ସଭ୍ୟା ଦିପ୍ତିଶ୍ରୀ ରାଉତ ରାୟ,ଅସ୍ତରଙ୍ଗ ବିଇଓ ଚିତ୍ତରଞ୍ଜନ ସ୍ଵାଇଁ,ପୁରୀର ଅବସର ବିଇଓ ଶରତ ଚନ୍ଦ୍ର ମିଶ୍ର, କଣାସର ଅବସର ବିଇଓ କୃଷ୍ଣଚନ୍ଦ୍ର ଉପାଧ୍ୟାୟ,ନିମାପଡ଼ା ବିଇଓ ଦ୍ବିତୀକାନ୍ତ ପ୍ରଧାନ,ଅବସର ବିଇଓ ଶ୍ୟାମସୁନ୍ଦର ଦାସ, ରବିନାରାୟଣ ମହାପାତ୍ର, ଶର୍ମିଷ୍ଠା ଦେବୀ, ବିନୋଦ ପ୍ରଧାନ,ଅଲୋସ୍ତା ଶିକ୍ଷକ ସଂଘର ପୂର୍ବତନ ଯୁଗ୍ମ ସମ୍ପାଦକ ସୁଭାଷ ଚନ୍ଦ୍ର ରଥ, ଡେଲାଙ୍ଗ ଏବିଇଓ ଲକ୍ଷ୍ମଣ ପ୍ରଧାନ, ଶିକ୍ଷକ ନେତା ମିଟୁ କିଶୋର ପ୍ରଧାନ, ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାଶ, ଅବସର ପ୍ରଧାନ ଶିକ୍ଷକ ଦୁର୍ଯୋଧନ ସାହୁ, ପୁରୀ ସଦର ଅଲୋସ୍ତା ସମ୍ପାଦକ ଶଙ୍କର ଜେନା , ସତ୍ୟବାଦୀର ଅବସର ଶିକ୍ଷକ ରମେଶ ମାଝୀ, ଶିକ୍ଷାବିତ୍ ସନ୍ତୋଷ ମହାନ୍ତି, ଜଟାଧାର ପରିଡା,ସିଆରସିସି ପବିତ୍ର ଜେନା, ବସନ୍ତ ସେଠୀ, ଦୟାନିଧି ମାର୍ଥା, ପବିତ୍ର ପଣ୍ଡା,ଅମରେନ୍ଦ୍ର ପ୍ରଧାନ,ତପନମଲିକ, ଅଭିମନ୍ୟୁ ପ୍ରଧାନ, ଶିକ୍ଷକ ସନ୍ତୋଷ ମିଶ୍ର,ପ୍ରସାନ୍ତ ଦାସ, ଅଶୋକ ପ୍ରଧାନ ସରୋଜିନୀ ଜେନା, ପିପିଲି ଗୋବିନ୍ଦପୁର ସ୍କୁଲ୍ରର ଶିକ୍ଷୟିତ୍ରୀ ଶସ୍ମିତା ରଥ ଯୋଗଦେଇ ପୂର୍ବର ଶିକ୍ଷା ବ୍ୟବସ୍ଥା ଓ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଉପରେ ଏକ ଆଲୋଚନା କରାଯାଇଥିଲା । ଅନ୍ୟ ପକ୍ଷରେ ଶ୍ରୀ ପରିିିଡା ପ୍ରଥମେ ଜଣେ ଶିକ୍ଷକ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ ।ପରେ ପରେ ବିଭିନ୍ନ ପଦପଦବୀରେ ରହିିଥିବା ବେଳେ ଶେଷରେ ଦିନକ ପାଇଁ ବ୍ଳକ ଶିକ୍ଷା ଅଧିକାର ଭାବେ ନିଯୁକ୍ତି ପାଇଥିଲେ। ରେଞ୍ଚ ସ୍ଥିତ ବିଇଓ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଦାୟୀ ବିଇଓ ଉଦ୍ଦେଶ୍ୟରେ ପତ୍ରିକା"'ଅନ୍ତରଙ୍ଗ"ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ସିଆରସିସି ଦୁର୍ଯ୍ୟୋଧନ ପ୍ରଧାନ, ଶିକ୍ଷକ ତ୍ରିନାଥ ନାୟକ, ବନମାଳୀ ହେମ୍ବ୍ରମ ଓ ଅବସର ଏବିଇଓ ଶ୍ୟାମସୁନ୍ଦର ଦାସ ସଂଗୀତ ମାଧ୍ୟମରେ ଶ୍ରୀପରିଡା ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶିକ୍ଷକ ଗୋପାଳ ମହାପାତ୍ର ଓ ବିଭିନ୍ନ ଶିକ୍ଷକ ସଂଘ ବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ତାଙ୍କୁ ମାନପତ୍ର,ଉପଢୌକନ, ଉତ୍ତରୀୟ ପ୍ରଦାନ କରାଯାଇଥିଲା। ବିଇଓ ଅଫିସ୍ର ପୂର୍ବତନ ବଡ଼ବାବୁ ଦୁର୍ଗାଦତ୍ତ ମିଶ୍ର, ବର୍ତ୍ତମାନର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଯୁବ ପ୍ରତିଭା ନବକିଶୋର ମିଶ୍ର, ସତ୍ୟଜିତ୍ ମହାପାତ୍ର, ସନ୍ତୋଷ ଦଳାଇ, ମଧୁସୂଦନ ପ୍ରଧାନ, ସୋନାଲି ସାହୁ,ରିତା ନାୟକ,ପ୍ରତିମା ଧଳ , ରୋଜାଲିନ ସାମନ୍ତସିଂହାର ଏବଂ ସବୁ ସିଆରସିସି, ପ୍ରଧାନଶିକ୍ଷକଙ୍କ ପୂର୍ଣ୍ଣ ସହଯୋଗରେ ଉତ୍ସବଟି ସଫଳ ହୋଇଥିଲା ।ତାଙ୍କ ଜନ୍ମସ୍ଥାନ ବରକେରା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ସମସ୍ତେ ଯାଇ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ମଞ୍ଚରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କ୍ରୀଡ଼ା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା। ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୩/୨୦୨୩-----୯,୧୦ Sakhigopal News,1/3/2023



