ଚୋରାକାଠ ଚାଲାଣ - ବନବିଭାଗ ର ଚଢ଼ାଉ, ଜଣେ ଗିରଫ
ଭଞ୍ଜନଗର ;---- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳର ଗାଲେରୀ ସଂରକ୍ଷିତ ଜଙ୍ଗଲ ରୁ ବେଆଇନ କାଠ ଚାଲାଣ ବେଳେ ବନ ବିଭାଗର ଚଢ଼ାଉ କରିଥିଲେ । ଏହି ଘଟଣାରେ ଜଣକୁ ଗିରଫ କରାଯିବା ସହ ମୂଲ୍ୟବାନ ଶାଳ ସାଇଜ କାଠ ଏବଂ ଦୁଇଟି ସାଇକେଲ ଜବତ କରିଛି ବନ ବିଭାଗ । ହେଲେ ଘଟଣା ସ୍ଥଳରୁ ଦୁଇ କାଠ ମାଫିଆ ଚମ୍ପଟ ମାରିଛନ୍ତି । ସୂଚନା ପ୍ରକାରେ ମଙ୍ଗଳବାର ସକାଳେ ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ବେଳେ ସାଇକେଲ ରେ କାଠ ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ଦୁଇ କାଠ ମାଫିଆ ଚମ୍ପଟ ମାରିଥିବା ବେଳେ ଜଣକୁ ଗିରଫ କରିବା ସହ ୬ ଟି ଶାଳ ସାଇଜ୍ କାଠ ଏବଂ ଦୁଇଟି ସାଇକେଲ ଜବତ କରିଥିଲେ । ଏ ନେଇ ବନବିଭାଗୟ କେଶ୍ ନଂ ୫୬୬/୨୩ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ କୁଟୁଣିକୁମ୍ପା ଗ୍ରାମର ସଂଜୀବ ତାରିଣୀ କୁ କୋର୍ଟ ଚାଲାଣ କରାଯାଇଥିବା ନେଇ, ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ ଙ୍କ ଠାରୁ ଜଣାପଡିଛି । ଏହି ଚଢାଉ ରେ ମୁଜାଗଡ ବନପାଳ କେ. ଚନ୍ଦ୍ରମଣୀ ଦୋରା, ବନରକ୍ଷୀ ସୁଶୀଲ କୁମାର ରାଉତ, ସୁରେଶ ଦଳବରା ଏବଂ ସ୍କ୍ବାର୍ଡ ଟିମ୍ ସାମିଲ ହୋଇଥିଲେ । ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ପ୍ରକାରେ , ବିଭିନ୍ନ ସମୟରେ ସଂପୃକ୍ତ ସଂରକ୍ଷିତ ଜଙ୍ଗଲ ରୁ କ୍ରମାଗତ ଭାବେ କାଠ ଚୋରା ଚାଲାଣ ଜାରି ରହିଛି । ଯାହା ଫଳରେ ସ୍ଥାନୀୟ ବନାଞ୍ଚଳ ରେ ଜଙ୍ଗଲ ସୁରକ୍ଷା କମ୍ , ଏବଂ କାଠ ଚୋରା ଚାଲାଣ ବେଶୀ ହେଉଥିବା ଜଣାପଡିଛି । କେବଳ ସେତିକି ନୁହେଁ , ମାଫିଆ ଙ୍କ ଦ୍ଵାରା ଜଙ୍ଗଲରୁ କଟା ଯାଉଥିବା ଗଛ ସବୁର ଖୁଣ୍ଟା ଗଣତି ସଠିକ୍ ଢଙ୍ଗରେ ହେଉନଥିବା ଜଣେ କର୍ମଚାରୀ ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ବିଭିନ୍ନ ସମୟରେ ହେଉଥିବା କାଠ ଚୋରାଚାଲାଣ ଏବଂ ବନ୍ୟା ଜନ୍ତୁ ଶିକାର ଘଟଣା ରେ ବନବିଭାଗ ଖବର ପାଉଛି । ଚଢ଼ାଉ କରୁଛି ଏବଂ ଜବତ ସାଙ୍ଗକୁ ଅଭିଯୁକ୍ତ ଙ୍କୁ ଗିରଫ ମଧ୍ୟ କରୁଛି । ଏ ସଂକ୍ରାନ୍ତରେ ଗଣମାଧ୍ୟମ କୁ ସୂଚନା ଦିଆଯାଉଛି । ଖବର ପ୍ରସାରଣ ଓ ପ୍ରକାଶ ପାଉଛି । ସଫଳତା ଓ ବାହାଦୁରୀ କୁ ନେଇ ବନବିଭାଗ ଏବଂ କିଛି କର୍ମଚାରୀ ଛାତି ବୁଲେଇବା ସହ , ଉପର ଅଧିକାରୀ ଙ୍କ ଠାରୁ ସାବାସି ସାଉଁଟୁଛନ୍ତି । ହେଲେ ସମୁଦାୟ ଘଟଣା ପଛର ପ୍ରକୃତ ସତ ଲୁଚି ଯାଉଛି । ଚଢାଉ , ଜବତ ଏବଂ ଗିରଫ ମାମଲା କୁ ଏମିତି ଭାବରେ ରଙ୍ଗ ଦିଅ ଯାଉଛି ଯାହାକି ବନବିଭାଗ ଏବଂ କିଛି ତେଲିଆ କର୍ମଚାରୀ ନିଜକୁ ନିଜେ କାଢୁଆ ବୋଲି ଭାବୁଛନ୍ତି । ଏହା ପଛରେ ସତ ଘଟଣା ହେଉଛି , ଚୋରା କାଠ ଚାଲାଣ କରୁଥିବା କାଠ ମାଫିଆ "ବୋଲକରା" ନା' "ଅବଲୋକରା" । ତାକୁ ଧରି ଚଢ଼ାଉ ର ନକ୍ସା ତିଆରି ହୁଏ । ସେହି ଭଳି ଚୋରା କାଠ ଚାଲାଣ ଏବଂ ବନ୍ୟଜନ୍ତୁ ଶିକାର ଘଟଣାରେ କିଏ ସଂପୃକ୍ତ ରହିଛି ସେ ଟାଣୁଆ ନା' ଦୁର୍ବଳିଆ ଲୋକ । ଯଦି ଆସାମୀ ଟାଣୁଆ ଥାଏ , ତା'ହେଲେ ତା'ପାଇଁ ବିଭାଗୀୟ କାର୍ଯ୍ୟାଳୟର ପଛ ଦୁଆର ଖୋଲି ଦିଆଯାଏ । ଗଣମାଧ୍ୟମ କୁ କୁହାଯାଏ ଚଢ଼ାଉ ବେଳେ, ଘଟଣା ସ୍ଥଳରୁ ଆସାମୀ ଫେରାର । ଆଉ ଅଭିଯୁକ୍ତ ଯଦି ଦୁର୍ବଳିଆ ହୋଇଥାଏ ତା'ହେଲେ , ପ୍ରଥମେ ଦରଦାମ୍ କଷାହୁଏ ଏବଂ କିଛି ବ୍ୟବସ୍ଥା ହୋଇନପାରିଲ, ଗିରଫ କରି କୋର୍ଟ ଚାଲାଣ କରାଯାଏ । ଆଉ କିଛି କ୍ଷେତ୍ରରେ ବନ କର୍ମଚାରୀ ନିଜ ଚାକିରି କୁ ସୁରକ୍ଷିତ ରଖିବା ପାଇଁ । କିଛି ନୀରହ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଦିଏ । ଏଣୁ ଏବେ ସାଧାରଣରେ ଏହାହିଁ ଆଲୋଚନା ହେଉଛି କେତେକାଂଶରେ ବନବିଭାଗ ଏବଂ ଏହାର କିଛି କର୍ମଚାରୀ । ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷା ନାମରେ ଯେତିକି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ତାଠୁ ଅଧିକ କ୍ଷେତ୍ରରେ କୋହଳ କରୁଛନ୍ତି । ବିଭିନ୍ନ ଘଟଣା ରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଯେତିକି ଧରାହେଉଛନ୍ତି ତାଠୁ ଅଧିକ ସାଲିସ୍ କରାଯାଉଛି । ଚଢାଉ ଘଟଣାରେ ଯେତିକି ଜବତ କରୁଛି , ସରକାରୀ ଖାତାରେ ଜବତ ହିସାବ କମ୍ ଲେଖାହେଉଛି । ଏହାବି ସାଧାରଣ ରେ ଆଲୋଚନା ହେଉଛି ଜଙ୍ଗଲ ସୁରକ୍ଷା ପାଇଁ ସଭା ସମିତି ଏବଂ ପ୍ରଚାର ଯେତିକି ହେଉଛି । ବାସ୍ତବ କ୍ଷେତ୍ରରେ ତାହା ସେତିକି ହେଉନାହିଁ । ଏଣୁ ବନବିଭାଗ ର ଉଚ୍ଚ କତୃପକ୍ଷ ଏଭଳି ସମ୍ବେଦନଶୀଳ ଏବଂ ଅଦୃଶ୍ୟ କାର୍ଯ୍ୟକଳାପ ଦିଗରେ ଦୃଷ୍ଟି ଦେଲେ , ଜଙ୍ଗଲ ସୁରକ୍ଷା ର ଅସଲ ଚିତ୍ର ପଦାକୁ ଆସିପାରିବ ବୋଲି କୁହାଯାଉଛି । ନତୁବା ବିଭାଗୀୟ ଅସଲ ମୁଖା ଖୋଲିବାକୁ କିଛି ଜାଣିବା-ଶୁଣିବା ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ମାନେ ଏକାଠି ହେଉଥିବା ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୩/୨୦୨୩---୯,୪୫ Sakhigopal News,1/3/2023



