ରଣେଶ୍ଵର ରାମଚଣ୍ଡୀ ମନ୍ଦିର କଳସ ଯାତ୍ରା ଓ ରତ୍ନମୁଦ ଉତ୍ସବ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗ୍ରାମ ଠାରେ ଦୁଇଦିନ ଧରି ରଣେଶ୍ଵର ରାମଚଣ୍ଡୀ ମନ୍ଦିର କଳସ ଯାତ୍ରା ଓ ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜା କାର୍ଯ୍ୟ ରେ ପଣ୍ଡିତ ଭାବରେ ପଣ୍ଡିତ ଶୁକ ଶତପଥୀ, ପ୍ରଭଞ୍ଜନ ଶତପଥୀ, ପ୍ରିୟବ୍ରତ ଶତପଥୀ, ଗଂଗାଧର ପଣ୍ଡା, ସୁରେନ୍ଦ୍ର ଶତପଥୀ, ମାଧବ ପଣ୍ଡା, ରାଣାପ୍ରତାପ ପଣ୍ଡା ଓ ପିଣ୍ଟୁ ଦାଶ ପ୍ରମୁଖ ଯଥା ରିତିନୀତି ଅନୁସାରେ ହୋମଯଜ୍ଞ ତୁଲାଇଥିଲେ। କଳସ ଯାତ୍ରା ରେ ରେମଣ୍ଡା ଗ୍ରାମ ର ସମସ୍ତ ମହିଳା ଅଂଶ ଗ୍ରହଣ କରିଥିଲେ। ଏହା ସହିତ ଅତାବିରା ବିଧାୟିକା ସେହ୍ନାଙ୍ଗିନି ଛୁରିଆ ଯୋଗ ଦେଇଥିଲେ। ଆଜି ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମା ରଣେଶ୍ଵର ରାମଚଣ୍ଡୀ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ୯ ଜଣ ଦମ୍ପତି କର୍ତ୍ତା ଭାବରେ ଦାଇତ୍ବ ତୁଲାଇଥିଲେ। ଏହି ରତ୍ନମୁଦ ଉତ୍ସବ ରେ ବହୁ ଦୂରଦୂରାନ୍ତରୁ ଜନସାଧାରଣ ଆସି ମା ରଣେଶ୍ଵର ରାମଚଣ୍ଡୀ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ସମୟରେ ପୂଜା କମିଟି ତରଫରୁ ସମସ୍ତ ଭକ୍ତ ମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳର ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୩/୨୦୨୩----୯,୨୫ Sakhigopal News,1/3/2023




