ଚାଚେରୀ ଭୋଗ ଖାଇବା ପାଇଁ ସାକ୍ଷୀଗୋପିନାଥ ମନ୍ଦିରରୁ ବାହାରିଲେ
ସୋକ୍ଷୀଗୋପାଳ----ସାକ୍ଷୀଗୋପିନାଥଙ୍କ ଦୋଳଯାତ୍ରା ସ୍ୱତନ୍ତତା ରହିଛି । ଚଳନ୍ତି ପ୍ରତିମା ମଦନମୋହନ ଦେବ ସୁସଜିତ ବିମାନରେ ବିଜେକରି ଘଣ୍ଟ, ଘଣ୍ଟା କାହାଳି, ଛତ୍ରି, ତ୍ରାସ, ବୈରଖ,ମଶାଲ ବାଜା ବାଜି ପାଞ୍ଚଦିନ ଧରି ଚାଚେରୀ ଭୋଗ ପାଇଆସୁଛନ୍ତି ।ସାକ୍ଷୀଗୋପିନାଥ ଙ୍କର ଯାତଭୋଗ ହେବା ପରେ ପଞ୍ଚପଲ୍ଲଭ (ଦୁବ, ନାରିକେଳ, ସ୍ୱତଅଭିର, ଚାଉଳ ଓ କେତକୀ ) ମିଶ୍ରଣ କରାଯାଇ ମହାପ୍ରଭୁଙ୍କୁ ସେବାୟତ ମାନେ ଲାଗି କରିଥିଲେ । ଠାକୁର ବିମାନ ଯୋଗେ ଗୋପାଳପୁର ପାଟଣା ଗ୍ରାମକୁ ଚାଚେରୀ ଭୋଗ ଖାଇବା ପାଇଁ ଯାଇଥାନ୍ତି । ଚାଚେରୀ ଭୋଗ ଖାଇବା ପରେ ଠାକୁର ମନ୍ଦିରକୁ ଫେରିବା ପରେ ସଂଧ୍ୟାଧୂପ ଓ ବଡସିଂହାର ହେବାପରେ ପୁଷ୍ପାଞ୍ଜଳି ନୀତି ସରିବା ପରେ ମନ୍ଦିର ପହଡ ପଡିଥାଏ । ଏହି ନୀତି ପାଞ୍ଚଦିନ ଧରି ଚାଲିଥାଏ । ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ସେହିପରି ଫଗୁଦଶମୀ ତିଥି ଅନୁଯାୟୀ ବିଭିନ୍ନ ଗ୍ରାମ ମାନଙ୍କରେ ଠାକୁରଙ୍କୁ ଫଗୁଲାଗି କରାଯିବା ସହ ଦୋଳଯାତ୍ରା ଆରମ୍ଭ ହୋଇଛି । ଗ୍ରାମ ମାନଙ୍କରେ ଥିବା ଦୋଳବେଦୀ ଗୁଡିକ ସଫା ସୁତରା କରାଯିବା ସହ ରଙ୍ଗ କରାଯାଇଛି । ଠାକୁରଙ୍କୁ ନୂତନବସ୍ତ୍ର ପରିଧାନ କରାଯାଇ ସୁସଜିତ ଦୋଳରେ ଗ୍ରାମ ପରିକ୍ରମା କରାଯାଇଛି । ଏଥିଯୋଗୁ ଗ୍ରାମ ଦାଣ୍ଡ ଗୁଡିକ ସଫା ସୁତରା କରାଯିବା ସହ ରଙ୍ଗ ବେରଙ୍ଗ ଆଲେକମାଳା ନିଜନିଜ ଘର ଆଗରେ ସଜିତ କରାଯାଇଥିବାର ଦେଖାଯାଇଥିଲା । ପୂର୍ଣ୍ଣକୁମ୍ଭ ଘଡି ସ୍ଥାପନ ସହ ଦ୍ୱୀପ ଆଲେକରେ ଗ୍ରାମ ଦାଣ୍ଡ ଆଲେକିତ ହୋଇ ଉଠିଛି । ବିଶ୍ୱନାଥପୁର ଶାସନ ଗ୍ରାମରେ ଗୋପୀନାଥ ଦେବ, ବରାଳବାଲୁଙ୍କେଶ୍ୱର, ବିଦ୍ୟାଧରପୁରରେ କୁଣ୍ଡେଳେଶ୍ୱର, ବଳପୁରରେ ବାଲୁଙ୍କେଶ୍ୱର, ପରଜାପଡାରେ ଶ୍ରୀଲକ୍ଷ୍ମୀନାରାୟଣ, ସୁଆଣ୍ଡୋରେ ଶ୍ରୀ ବିନୋଦ ବିହାରୀ ଦେବ, ଶ୍ରୀରାମଚନ୍ଦ୍ରପୁର ଶାସନରେ ଗୋପିନାଥ, ବୀରରାମଚନ୍ଦ୍ରପୁରରେ ପୋନିନାଥ, ସୁଆରସାହି ଅନ୍ତେଶ୍ୱର, ନୁଆଗଁରେ ମଦନମୋହନ ସେହିପରି ବିଭିନ୍ନ ଗ୍ରାମ ମାନଙ୍କରେ ପୂଜିତ ରାଧାକୃଷ୍ଣଙ୍କ ସହ ମହାଦେବ ଦୁଆରି ଭୋଗ ଖାଇଥିଲେ । ସେହିପରି ମଠ ମାନଙ୍କରେ ପୂଜିତ ପୋଥି ଗୁଡିକୁ ଫଗୁ ଲାଗି କରାଯାଇଥିଲା । ଦୋଳ ଭୋଗରେ ଫଳମୂଳ ସହ ଖଇକୋରା, ଶାକର, ଫେଣି, କଦଳୀ, ଚୁଡାଘଷା, ପଇଡ ଆଦି ଭୋଗ କରାଯାଇଥିଲେ ମଧ୍ୟ ମୁଖ୍ୟ ଭୋଗ ହେଉଛି ଚଣା । ଦୋଳଭୋଗରେ ଚଣା ମୁଖ୍ୟ ଭୋଗ ସାଜିଥାଏ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨/୩/୨୦୨୩---୭,୧୦ Sakhigopal News , 2/3/2023



