ads

Breaking News

ଶିକ୍ଷୟିତ୍ରୀ ପାଇଲେ କୈବଲ୍ୟ ରତ୍ନବେଦୀ ସମ୍ମାନ




ବରଗଡ ---- କଟକ କଳା ବିକାଶ କେନ୍ଦ୍ରରେ କୈବଲ୍ୟ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟସ୍ତରୀୟ କିମ୍ବଦନ୍ତୀ କଥନ ଓ ଆଧ୍ୟାତ୍ମିକ ଆଲୋଚନା ମହାସଭା ଅନୁଷ୍ଠିତ ହୋଇ ଯାଇଛି ।ସଂସଦର ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତ ରାୟ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ମହା ସଭାରେ ଅଲେଖ ଚନ୍ଦ୍ର ପଢିଆରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।  ରତିକାନ୍ତ ମହାପାତ୍ର ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପିକା ବିଦ୍ୟୁତ୍ ପ୍ରଭା ମିଶ୍ର ଉପସ୍ଥିତ ଥିଲେ ।ଏହି ଅବସରରେ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବି
ଜ୍ଞାନ ଶିକ୍ଷୟିତ୍ରୀ ,ପ୍ରକୃତି ବନ୍ଧୁ , କବୟିତ୍ରୀ ତଥା ଲେଖିକା ଶ୍ରୀମତୀ ଅନସୂୟା ଦେବତାଙ୍କୁ " କୈବଲ୍ୟ ରତ୍ନବେଦୀ " ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ମହା ସଭାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ଅନେକ କବି ,କବୟିତ୍ରୀ ଓ ସାରସ୍ଵତ ସ୍ରଷ୍ଟା ମାନଙ୍କୁ ସମ୍ମାନିତ କରାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟର ଡଃ ଉମେଶ ଚନ୍ଦ୍ର ଜେନା, ଗୁରୁ କଲ୍ୟାଣ ମହାପାତ୍ର, ଡଃ ଶୁଭ କୁମାର ଦାସ, ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ରବୀନ୍ଦ୍ର ନାଥ ମହାନ୍ତି, ଡଃ ଏକାଦଶୀ ପ୍ରଧାନ, ଦେବେନ୍ଦ୍ର ନାଥ ମାଝୀ, ଡଃ ଅଭୟ କୁମାର ନାଏକ, ସମ୍ପଦ ରଥ, ପଣ୍ଡିତ ସୁରେନ୍ଦ୍ର ନlଥ ତ୍ରିପାଠୀ, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ବିଜୟ ଦାଶ ପ୍ରମୁଖ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ଓ କିମ୍ବଦନ୍ତୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୩/୨୦୨୪---୮,୪୫ Sakhigopal News,2/3/2023

ads

Blog Archive

Popular Posts