ads

Breaking News

ହିରଣ୍ୟପଡା ଗ୍ରାମରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ



ସାକ୍ଷୀଗୋପାଳ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାଣ୍ଢରା ପଞ୍ଚାୟତର ହିରଣ୍ୟପଡା ଗ୍ରାମର ଅକାଟେଶ୍ଵର ଦେବଙ୍କ ପୀଠରେ ତୃତୀୟ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଚାରିଦିନ ଧରି ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।  କଳସ ଶୋଭାଯାତ୍ରାରେ ମହିଳା ମାନେ କୁମ୍ଭ ଦ୍ଵାରା ପାଣି ଆଣିବା ପରେ ଅଗ୍ନି ସ୍ଥାପନ କରାଯାଇଥିଲା।  ବ୍ରାହ୍ମଣ ମାନେ ସମସ୍ତ ଦେବାଦେବୀ ଙ୍କୁ ଆବାହନ କରି ଅଗ୍ନି ସ୍ଥାପନ କରିଥିଲେ।   ସେହିପରି ଭାବେ ମଙ୍ଗଳବାର ପୁର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଯଜ୍ଞରେ କର୍ତ୍ତା ଭାବେ ଭାସ୍କର ମହାପାତ୍ର ଓ କର୍ତ୍ତୀ ଭାବେ ପତ୍ନୀ ରଶ୍ମିତା ମହାପାତ୍ର ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ।ନାମ, ସଙ୍କୀର୍ତ୍ତନ, ହରିରାମ ଉଚ୍ଚାରଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।  ଗ୍ରାମ ସଭାପତି, ପରିଚାଳନା କମିଟି, ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ବିଶ୍ଵଶାନ୍ତି ମହାଯଜ୍ଞ ରେ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୨/୨୦୨୩---୭,୧୦ Sakhigopal News,1/2/2023

ads

Blog Archive

Popular Posts