ads

Breaking News

ଗୁରୁକୁଳ ପ୍ରତିଷ୍ଠା ଦିବସ ଓ ବିଦ୍ୟାର୍ଥୀ ଦିବସ ପାଳିତ



ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ନିକଟ ବଡହାଟ ଗ୍ରାମରେ ଗଡି ଉଠିଥିବା  ଗୁରୁକୁଳ ଅନୁଷ୍ଠାନର  ପ୍ରତିଷ୍ଠା ଦିବସ ଓ ବିଦ୍ୟାର୍ଥୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅତିଥି ଭାବେ ଓଡିଶୀ ସଂଗୀତର ପଥିତଯଶା ଗୁରୁ ଗୋପାଳଚନ୍ଦ୍ର ପଣ୍ଡ, ଗୁରୁ ଏକ ରାମରାଓ ପାତ୍ର, ଗୁରୁକୁଳର ପ୍ରତିଷ୍ଠାତା  ଗୁରୁ ରାମହରି ଦାସ ଙ୍କ ସହିତ ଗୁରୁକୁଳର ଅଧ୍ୟକ୍ଷ ଗୁରୁ ଧନେଶ୍ୱର ସ୍ୱାଇଁ, ସମ୍ପାଦକ ହିମାଶୁ ଶେଖର ସ୍ୱାଇଁ ଓ ଟ୍ରଷ୍ଟି ଅଶ୍ୱନି ବେହେରା ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପକୃତ ପକ୍ଷେ  ଗୁରୁ ରାମହରି ଦାସ ଗୁରୁ ଗୋପାଳଚନ୍ଦ୍ର ପଣ୍ଡାଙ୍କୁ ଆଜିର ଦିନରେ ସମ୍ମାନୀତ କରି ଗୁରୁ ଶିଷ୍ୟ ମଧ୍ୟରେ ଥିବା ସର୍ମ୍ପକ ଅତୁଟ ରଖିଥଲେ ।ଏହି ଅବସରରେ ଗୁରୁକୁଳର ଛାତ୍ର ଛାତ୍ରୀ ମାନେ ରାଗ ଶଙ୍କରା ଭରଣରେ ବୃନ୍ଦ ଓଡିଶର ଗାୟନ ଓ ମର୍ଦ୍ଦଳ ବାଦନ କରିଥିଲେ । ଶେଷରେ ଗୁରୁକୁଳର ନୃତ୍ୟୁ ବିଭାଗର ଛାତ୍ରୀ ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟୁ ପରିବେଷଣ କରାଯାଇଥିଲା । କାର୍ଯକ୍ରମକୁ ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ ନୃତ୍ୟୁ ଗବେଷକ ଡ, ଶ୍ରୀନିବାସ ଘଟୁଆରୀ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୩----୭,୧୦   Sakhigopal News, 1/2/2023

ads

Blog Archive

Popular Posts