ads

Breaking News

କଲ୍ଯାଣପୁର ଉଚ୍ଚ ବିଦ୍ୟାଳୟର ୧୯୮୯ ମାଟ୍ରିକ ବ୍ୟାଙ୍କର ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ନଡ଼ିଆ ଫାର୍ମ ପରିସରରେ ଥିବା ମାଣ୍ଡିଆ ମନ୍ଦିର ପରିସରରେ କଲ୍ଯାଣପୁର ଉଚ୍ଚ ବିଦ୍ୟାଳୟର ୧୯୮୯ ମାଟ୍ରିକ ବ୍ୟାଙ୍କର ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୩ବର୍ଷ ପରେ ଏହି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିବାରୁ ସମସ୍ତଙ୍କ ମନରେ ଆଗ୍ରହ ପ୍ରକାଶ ପାଇଥିଲା। ପ୍ରଥମେ ମା ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସମସ୍ତଙ୍କ ମଧ୍ୟରେ ଭାବବିହଳ ସମସ୍ତେ ଭାବ ବିନିମୟ ହୋଇଥିଲା। ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରକାଶ, ବିଶ୍ବଭୂଷଣ, ଦେବେନ୍ଦ୍ର, ଗୋବିନ୍ଦ, କୁଳମଣି, ଯୁଧିଷ୍ଠିର, କେଦାର, ସୁଶାନ୍ତ, ପ୍ରସନ୍ନ,ରାକେଶ, ଶେଷଦେବ,ଆଲୋକ,ରନାକର,ପ୍ରଦୀପ, ମୀନକେତନ,ସହଦେବ, ସର୍ବେଶ୍ଵର, ସୁଜିତ, ସସ୍ମିତା, କିଶୋର,ସ୍ବପ୍ନା,ସ୍ନିଗ୍ଧା,କାକଳି, ବିଜୟଲକ୍ଷ୍ମୀ, ନିଲିମା, ବିନୋଦିନି, ସୁନିତା ଆଦି ସାଙ୍ଗ ମାନେ ଯୋଗ ଦେଇ ସେ ଦିନର ଶିକ୍ଷା ଓ ଆଜିର ଶିକ୍ଷା ପଦ୍ଧତି ମଧ୍ୟରେ ବହୁ ଫରକ ହୋଇଯାଇଛି ବୋଲି ମତ ପ୍ରକାଶ ପାଇଥିଲା। ସେହିପରି ସେ ଦିନ ର ଗୁରୁ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଭକ୍ତି ଭାବ ଏବେ ଆଉ ଦେଖିବାକୁ ମିଳୁନାହିଁ ବୋଲି କହିଥିଲେ । ଶେଷରେ ଦେବେନ୍ଦ୍ର ପଲେଇ ଧନ୍ୟବାଦ ଦେଇଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୮/୧/୨୦୨୩---୮,୧୦ Sakhigopal News,8/1/2023

ads

Blog Archive