ads

Breaking News

ସୂଚନା ଅଧିକାରରେ ତଥ୍ୟ ନଦେବାରୁ ଜୋରିମନା

 
ଜଟଣୀ :----ସୂଚନା ଅଧିକାର ରେ ତଥ୍ୟ ନଦେବାରୁ ଜଟଣୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟର ପିଆଇଓଙ୍କୁ ୨୫ହଜାର ଟଙ୍କାର ଜୋରିମନା କରାଯାଇଛି ।
ଖବର ମୁତାବକ,ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକର ବିଭିନ୍ନ ସରକାରୀ ବିଦ୍ୟାଳୟରେ ସ୍କୁଲ ୟୁନିଫର୍ମ ବଣ୍ଟନ କରିବାକୁ ନେଇ ଦୁର୍ନୀତି ହୋଇଥିବା 2020 ମସିହାରେ ଅଭିଯୋଗ ହୋଇଥିଲା |ଯାହାକୁ ନେଇ ଜୁନ 2020 ରେ ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର ସାହୁ ଜଟଣୀ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟକୁ ଆରଟିଆଇ ରେ ତଥ୍ୟ ମାଗିଥିଲେ | 2014 ମସିହାରୁ 2019 ପର୍ଯ୍ୟନ୍ତ ଜଟଣୀ ବ୍ଲକ ଅଧୀନ ସରକାରୀ ବିଦ୍ୟାଳୟ ଗୁଡିକରେ ବଣ୍ଟନ ହୋଇଥିବା ୟୁନିଫର୍ମ ସମ୍ବନ୍ଧରେ ବିସ୍ତୃତ ତଥ୍ୟ ମାଗିଥିଲେ |ତତ୍କାଳୀନ ପିଆଇଓ ମଦନ ମୋହନ ଭୂୟାଁ ତଥ୍ୟ ଦେବାରେ ଜାଣିଶୁଣି ବିଳମ୍ବ କରିଥିଲେ । 7 ଅଗଷ୍ଟ 2020 ରେ ପ୍ରଥମ ଅପିଲ ଏବଂ ସେପ୍ଟେମ୍ବର ମାସରେ ଦ୍ୱିତୀୟ ଅପିଲ କରାଯାଇଥିଲା । ଦୁଇଥର ଅପିଲ ପରେ ମଧ୍ୟ କୌଣସି ସୂଚନା ମିଳି ନଥିଲା ।
ଏଠାରେ ସୂଚନା ଯୋଗ୍ୟ,ରାଜ୍ୟରେ ସର୍ବଶିକ୍ଷା ଅଭିଯାନ ଯୋଜନାରେ ମାଗଣା ସ୍କୁଲ ୟୂନିଫର୍ମ ବଣ୍ଟନ କରିବାର ବ୍ୟବସ୍ଥା ରହିଛି | ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ବଣ୍ଟନ କରୁଛନ୍ତି । ବିଭାଗର କେତେକ ଦୁର୍ନୀତିଗ୍ରସ୍ତ ଅଧିକାରୀ, କର୍ମଚାରୀ ଓ କିଛି ନିର୍ଦ୍ଧିଷ୍ଟ ୟୂନିଫର୍ମ ଯୋଗାଣସଂସ୍ଥା ମିଳିମିଶି ସରକାରଙ୍କୁ ରାଜସ୍ଵ ଫାଙ୍କିବା ପାଇଁ ନକଲି ରସିଦ ବଳରେ ନିମ୍ନମାନର ସ୍କୁଲ ୟୂନିଫର୍ମ ବଣ୍ଟନ କରି ବ୍ୟାପକ ଅର୍ଥ ହେରଫେର କରୁଛନ୍ତି ।
   ତେବେ ଜନସୂଚନା ଅଧିକାରୀ ତଥ୍ୟ ନଦେଇ ଜାଣିଶୁଣି ବିଳମ୍ବ କରିବା ସୂଚନା ଅଧିକାର ଆଇନର ଖୋଲା ଉଲ୍ଲଙ୍ଘନ କରିଥିଲେ ।  ତା-୧୪.୦୯.୨୦୨୨ ରେ ରାଜ୍ୟ ସୂଚନା କମିଶନ ଶୁଣାଣୀ ପାଇଁ ଦୁଇପକ୍ଷଙ୍କୁ ନୋଟିସ କରିଥିଲେ। ପ୍ରଥମ ପକ୍ଷ ଅନୁପସ୍ଥିତ ଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ର ବର୍ତ୍ତମାନର ଜନସୂଚନା ଅଧିକାରୀ ବିଭୂତି ଭୂଷଣ ଜେନା ଉପସ୍ଥିତ ରହିଥିଲେ । ତୁରନ୍ତ ସମସ୍ତ ସୂଚନାର ତଥ୍ୟ ଆବେଦନକାରୀଙ୍କୁ ଦେବାକୁ ଆଦେଶ ହୋଇଥିଲା ଓ ତା-୨୫.୧୦.୨୦୨୨କୁ ପରବର୍ତୀ ଶୁଣାଣୀ ତାରିଖ ଧାର୍ଯ୍ୟ ହୋଇଥିଲା ।ତେବେ ପୂର୍ବରୁ ଥିବା ଜନସୂଚନା ଅଧିକାରୀ ତା-୦୭.୦୭.୨୦୨୦ ରିଖଠାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ଏକ ଚିଠି ମାଧ୍ୟମରେ ତଥ୍ୟ ପ୍ରଦାନ କରିବାକୁ ଜଣାଇଥିଲେ ସୁଦ୍ଧା ସେମାନେ କୌଣସି ତଥ୍ୟ ଦେଇନଥିଲେ । ଏହି ତଥ୍ୟ ଦେଲେ ହୋଇଥିବା ଅନିୟମିତତା ଓ ଦୁର୍ନୀତି ଜଣାପଡିଯିବ ବୋଲି ଜନସୂଚନା ଅଧିକାରୀ ଜାଣିଶୁଣି ଦେଉନାହାଁନ୍ତି ବୋଲି ସୂଚନା ଅଧିକାର କର୍ମୀ ଅଭିଯୋଗ କରିଥିଲେ |ଜାଶିଶୁଣି ତଥ୍ୟ ଦେଉନଥିବା କାରଣରୁ ସୂଚନା କମିଶନ ବିକ୍ରମ ସେନାପତି ବର୍ତ୍ତମାନର ଜନସୂଚନା ଅଧିକାରୀ ବିଭୂତି ଭୂଷଣ ଜେନାଙ୍କୁ ୨୫ହଜାର ଟଙ୍କା ଆର୍ଥିକ ଜୋରିମାନା କରିବା ସହ ୧୫ଦିନ ମଧ୍ୟରେ ସୂଚନାର ତଥ୍ୟ ପ୍ରଦାନ କରିବାପାଇଁ ଆଦେଶ କରିଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୧/୨୦୨୩---୮,୧୫ Sakhigopal News,8/1/2023

ads

Blog Archive