ସାକ୍ଷୀଗୋପାଳ,--- ସାକ୍ଷୀଗୋପାଳ ମନ୍ଦିର ନିକଟରେ ଏକ ଯାତ୍ରୀବାହୀ ବସ ହୁତୁହୁତୁ ହୋଇ ଜଳିଗଲା । ବସଟି ଉତ୍ତର ପ୍ରଦେଶରୁପ୍ରାୟ ୫୦ରୁ ଅଧିକ ତୀର୍ଥ ଯାତ୍ରୀ ଙ୍କୁ ନେଇ ଗଙ୍ଗା ସାଗର ବୁଢକୁ ଆସିଥିଲା । ଗାଡି ନଂ up--,75/AT/1776 ବୋଲି ଜଣାପଡିଛି।ଉକ୍ତ ତୀର୍ଥ ଯାତ୍ରୀ ବସଟି ସାକ୍ଷୀଗୋପାଳ ମନ୍ଦିର ନିକଟରେ ବସଟି ଥିବା ସମୟରେ ହଠାତ୍ ଜଳି ଉଠିଥିଲା। କେହି ମୃତାହତ ନ ହୋଇଥିଲେ ମଧ୍ୟ ଯାତ୍ରା ମାନଙ୍କ ର ସମସ୍ତ ଆସବାବପତ୍ର ଓ ଟଙ୍କା ପଇସା ସବୁ ଜଳି ଯାଇଥିବା ଜଣାପଡିଛି। ସାକ୍ଷୀଗୋପାଳ ରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନିଆଁ କୁ ଆୟତ୍ତ କରିଥିଲେ। ଅନୁମାନ କରାଯାଏ ଗାଡି ବ୍ୟାଟେରୀ ସର୍ଟ ସର୍କିଟ ରୁ ଏହା ଘଟିଥିବା ଅନୁମାନ କରାଯାଏ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୧/୨୦୨୩----
ସାକ୍ଷୀଗୋପାଳ ମନ୍ଦିର ନିକଟରେ ଯାତ୍ରୀବାହୀ ବସ ଜଳିଗଲା
Reviewed by
sakhigopal news
on
01:46
Rating:
5