ads

Breaking News

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ; ୪୦ ୟୁନିଟ୍ ରକ୍ତ ସଂଗ୍ରହ

 

ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲଗାଁ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ ଠାରେ ଓଡିଶା ମୋ ପରିବାର ଓ ଅଏଁଲା ପଞ୍ଚାୟତ ର ସମିତି ସଭ୍ୟ ତୋଷବନ୍ତ ବେହେରାଙ୍କ ଜନ୍ମଦିନରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଗୌରହରୀ ମିଶ୍ର ଯୋଗ ଦେଇଥିଲେ ।  ଏଥିରେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଖେଳ ଶିକ୍ଷକ ପର୍ଶୁରାମ ପାତ୍ର ଯୋଗ ଦେଇଥିଲେ ।ଏଥିରେ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ଡାକ୍ତର ରୋସନ ଦେବାଗନ, ଦେବାଶିଷ ମିଶ୍ର, ଲାଲୁ ବିଶ୍ବାସ, ପ୍ରହଲ୍ଲାଦ କୁମାର ଭୋଇ, ଜନକ ବେହେରା, ସଂଜୀବ କୁମାର ବେହେରା ପ୍ରମୁଖ ଯୋଗ ଦେଇ ରକ୍ତ ସଂଗ୍ରହ କରିଥିଲେ। ଏଥିରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ଅଁଏଲାପାଲି ଗ୍ରାମପଞ୍ଚାୟତ ସମସ୍ତ ସ୍ଵେଚ୍ଛାସେବୀ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ। ପରିଶେଷରେ ରକ୍ତ ଦାତା ମାନଙ୍କୁ ତୋଷବନ୍ତ ବେହେରା ଧନ୍ୟବାଦ ଦେଇଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧/୨୦୨୩----୭,୩୦ Sakhigopal News,7/1/2024

ads

Blog Archive