ଆତଙ୍କ ସୃଷ୍ଟି କରିଛି ମାଙ୍କଡ଼; ଭୟରେ ପଟଣପୁର ଗ୍ରାମବାସୀ
ଡେଲାଙ୍ଗ---- ସକାଳ ହେବା ମାତ୍ରେ ଆତଙ୍କ ସୃଷ୍ଟି କରୁଛି ଏକ ହନୁମାଙ୍କଡ଼ । ଭୟଭୀତ ଅବସ୍ଥାରେ ପଟଣପୁର ଗ୍ରାମବାସୀ । ଲୋକ ନିଜର ଘର ଛାତ ଉପରକୁ ଯିବା ପାଇଁ ଭୟ କରୁଛନ୍ତି। ମାଙ୍କଡ଼ କାମୁଡାରେ ୭ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହେଲେଣି। ଡେଲାଙ୍ଗ ବ୍ଲକ୍ ର ପଟଣପୁର ଗ୍ରାମରେ ଆଜିକୁ ଏକ ମାସ ରୁ ଅଧିକ ଦିନ ହେବ ଏକ ମାଙ୍କଡ଼ ଯାହାକୁ ଦେଖୁଛି କାମୁଡିବାକୁ ଗୋଡାଉଛି । ବେଳେ ବେଳେ କାହାକୁ ଧକା ମାରି ତଳେ ପକାଇ ଦେଉଛି। ଆଜି ପଟଣପୁର ଗ୍ରାମ ର ଜଣେ ମହିଳାଙ୍କୁ ଛାତ ଉପରୁ ପେଲି ଦେଇଥିବା ବେଳେ ସେ ସାମାନ୍ୟ ଆହତ ହୋଇ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି। ହନୁ ମାଙ୍କଡ଼ ଘଟାଉଥିବା ବେଳେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବନ ବିଭାଗକୁ ବାରମ୍ବାର ଜଣାଇ ଥିଲେ ମଧ୍ୟ ବନ ବିଭାଗ ଏପର୍ଯ୍ୟନ୍ତ ଚୁପ୍ ଚାପ୍ ବସି ରହିଛି। ଏହି ମାଙ୍କଡ଼ କୁ କାବୁ କରିବା ପାଇଁ ଅଞ୍ଚଳ ବାସୀ ସ୍ଥାନୀୟ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୧/୨୦୨୩---୭,୧୦ Sakhigopal News,7/1/2023



