ସାଇକେଲ ଚଳାଇ ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟୁଛନ୍ତି ସତ୍ୟନାରାୟଣ
ଜଟଣୀ --ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୋୖରାଞ୍ଚଳ ଅନ୍ତର୍ଗତ ରାଜା ବଜାର ଅଞ୍ଚଜଳର ସତ୍ୟନାରାୟଣ ବର୍ମା ନିଜ ନୀତି ଆଦର୍ଶ,କର୍ତବ୍ୟନିଷ୍ଠ, ସାମ୍ୟନୁବର୍ତୀ ଓ ସେବା ମନୋବୃତି ପାଇଁ ସମଗ୍ର ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜନ୍ମ ସ୍ଥାନ ଉତ୍ତର ପ୍ରଦେଶ ବଲିଆ ଜିଲ୍ଲା ଅନ୍ତର୍ଗତ ଡୁମୁରିଆ ଗ୍ରାମ । ଦୀର୍ଘ ତିନି ଦଶନ୍ଧି ଧରି ଓଡିଶାକୁ କର୍ମ ଭୂମିକରି ସେବା କରିଚାଲିଛନ୍ତି. ପିତା ସ୍ବର୍ଗତ ଯୋଗେନ୍ଦ୍ର ପ୍ରସାଦ ବର୍ମା ଏବଂ ମାତା ସ୍ୱର୍ଗତା ମୋତି ଦେବୀଙ୍କ ଆଠ ଝିଅ ଙ୍କ ମଧ୍ୟରେ ସତ୍ୟନାରାୟଣ ଏକମାତ୍ର ସନ୍ତାନ।ପରିବାର ଚାଷ କାର୍ଯ୍ୟ କରି ଚଳୁଥିବା ବେଳେ ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁ ଶୈଶବରୁ 13,14 ବର୍ଷ ବୟସରୁ ପରିବାରର ଚଳାଇବା ପାଇଁ ସତ୍ୟନାରାୟଣ ବିଭିନ୍ନ କାର୍ଯ୍ୟକରି ରୋଜଗାର କରିବା ସହ କିଛି ଭିନ୍ନ କରିବା ଆଶାରେ ନିଜେ ପାଠ ମଧ୍ୟ ପଡୁଥିଲେ।ନିଜର ନିଷ୍ଠା,ପରିଶ୍ରମ ଏବଂ ଦୃଢ ଆତ୍ମବିଶ୍ବାସ ଯୋଗୁ ଇଲେକ୍ଟ୍ରିକାଲ ଇଞ୍ଜିନିରିଂରେ ଡିପ୍ଲୋମା ପରେ ସମସ୍ତ ପ୍ରତିକୂଳ ପରିବେଶରେ ସଂଘର୍ଷ କରି1992 ମସିହାରେ ଭାରତୀୟ ରେଳସେବାରେ ଜୁନିଅର ଇଂଜିନିୟର ଭାବେ ଖୋର୍ଦ୍ଧା ରୋଡ ରେଳମଣ୍ଡଳ(ଜଟଣୀ)ଠାରେ ଯୋଗ ଦେଇ ନିଜ ଚାକିରୀ ଜୀବନ ଆରମ୍ଭ କରିଥିଲେ।ରେଳବିଭାଗରେ ଦେଶ ପାଇଁ କାର୍ଯ୍ୟକରିବା ସହିତ ଧର୍ମ ସଂସ୍କୃତିର ସୁରକ୍ଷା ଏବଂ ଯୁବପିଡ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ରାମାୟଣ, ମହାଭାରତ, ଗୀତା,ବେଦ ଉପନିସେଦ ଆଦି ଚର୍ଚ୍ଚା ଓ ପାଠ କରି ସଚେତନତା ସୃଷ୍ଟି କରିଆସିଛନ୍ତି। ଛ ଗୋଟି ଭାଷାରେ କବିତା ଲେଖିବା, ସଂସ୍କୃତ, ହିନ୍ଦୀ, ଓଡ଼ିଆ, ବଙ୍ଗଳା, ବିଯୋଜପୁରୀ, ଇଂରାଜୀ ଭାଷାରେ ଗୀତ ଗାଇବା ସହିତ ରଙ୍ଗମଞ୍ଚରେ ଅଭିନୟ ନାଟ୍ୟ ରଚନା ଏବଂ ନିର୍ଦେଶକ ରୂପେ ସମଗ୍ର ଅଂଚଳ ଏବଂ ରେଳ ବିଭାଗରେ ବେଶ ସୁନାମ ଅର୍ଜନ କରିଛନ୍ତି।ଏଥି ସହିତ ପିଲିଟିକାଲ, ଫିଲୋସୋଫିକଲ, ସାଇକଲୋଜିକାଲ, କଲଚରାଲ,ଟେନନିକାଲ ନନ ଟେକନିକାଲ ଆଦି ବିଷୟରେ ଘଣ୍ଟା ଘଣ୍ଟା ବକ୍ତୃତା ପ୍ରଦାନ କରିବା ଶୈଳୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଯୁବାବସ୍ତରୁ ଆଜି ପର୍ଯ୍ୟନ୍ତ ସାଇକେଲ ଚଳାଇ ଯାତାୟତକରି ପରିବେଶ ସୁରକ୍ଷା ବାର୍ତା ପ୍ରଦାନକରି ଚାଲିଛନ୍ତି। ସତ୍ୟନାରାୟଙ୍କ ଉକ୍ତ ବହୁମୁଖୀ ପ୍ରତିଭା ଏବଂ ସମାଜମଙ୍ଗଳ କାର୍ଯ୍ୟ ପାଇଁ ସେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ଏବଂ ପୁରସ୍କୃତ ହୋଇଛନ୍ତି।ରେଳ ବିଭାଗରେ ଇଂଜିନିୟର ଭାବେ କାର୍ଯ୍ୟକରି ସମସ୍ତ ସୁବିଧା ସୁଯୋଗ ଥାଇ ସାଇକେଲ କାହିଁକି ଚଳାଉଛନ୍ତି ପଚାରିବାରେ ସତ୍ୟନାରାୟଣ କୁହନ୍ତି,ସାଇକେଲ ଚଳାଇବା ଦ୍ୱାରା ସ୍ୱାସ୍ଥ୍ୟ ଠିକ ରହିବା ସହ ବିଦେଶୀ ମୁଦ୍ରା ବଞ୍ଚିତ ରହେ। ଏବଂ ସବୁଠାରୁ ବଡ଼ କଥା ଡିଜେଲ, ପେଟ୍ରୋଲ ଜଳିବା ଦ୍ୱାରା ଅଙ୍ଗାରକାମ୍ଳ ଉତ୍ପନ ହୋଇ ପରିବେଶ ପ୍ରଦୂଷିତ ହେବା ସହିତ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।ଏଣୁ ସାଇକେଲ ଚଳାଇ ଯାତାୟତ କରିବାକୁ ମୁଁ ପସନ୍ଦ କରିବା ସହିତ ଅନ୍ୟକୁ ପ୍ରୋସହି କରିବକୁ ଚେଷ୍ଟା କରୁଛି । ଯାହା ଫଳରେ ସମସ୍ତେ ସୁସ୍ତ ଏବଂ ନିରୋଗରହିବା ସହିତ ଆଗାମୀ ପିଡ଼ିଙ୍କ ଜୀବନ ସୁସ୍ଥ ଏବଂ ସୁନ୍ଦର ହୋଇପାରିବ ବୋଲି ସେ କହିଛନ୍ତି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୧/୨୦୨୩----୯,୫୫ Sakhigopal News,10/1/2023



