ଐତିହ୍ୟ ପ୍ରକଳ୍ପ ଉଦଘାଟନ ହେବ ୨୬ ; ତା ଆଗରୁ ରାସ୍ତା ଉପରେ ବ୍ଯବସାୟି ମାନେ ଉଠିଯିବାକୁ ନିର୍ଦ୍ଦେଶ ; ଅତିରିକ୍ତ ଜିଲାପାଳ
ସାକ୍ଷୀଗୋପାଳ ------- ସରକାରଙ୍କ ପକ୍ଷରୁ ସୁଆଣ୍ଡୋ ଐତିହ୍ୟ ନିର୍ମାଣ କାମ ଶେଷ ପର୍ଯ୍ଯାୟରେ । ମଙ୍ଗଳବାର ପୁରୀ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ପ୍ରଶାସନିକ ଅଧିକାରୀ ଙ୍କ ସହିତ ସୁଆଣ୍ଡୋ ପରିଦର୍ଶନ କରି ଜାନୁଆରୀ ୨୬ ତାରିଖରେ ପ୍ରକଳ୍ପ ଉଦଘାଟନ କରାଯିବ ବୋଲି କହିଥିଲେ । ମ୍ୟୁଜିୟମ, ପିଲାଙ୍କ ଖେଳପଡ଼ିଆ, ପୁଷ୍କରିଣୀ, ଗ୍ରାମ ଦାଣ୍ତ, ମହାଦେବଙ୍କ ମନ୍ଦିର ଆଦି ଅଧିକାରୀ ମାନେ ବୁଲି ଦେଖିଥିଲେ । ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିର ଓଜନ ପ୍ରାୟ ୨ ଟନ ହୋଇଥିବା ଦ୍ରୁଷ୍ଟି ରୁ ନିର୍ମାଣ ସରିଥିବା ପିଣ୍ଡିଟି ଭାରା ସମ୍ଭାଳି ପାରିବ ନାହିଁ ବୋଲି ଅତିରିକ୍ତ ଜିଲାପାଳ କହିଥିଲେ । ୭ ଦିନ ମଧ୍ଯରେ ଉକ୍ତ ପିଣ୍ଡି ଭାଙ୍ଗି ସେଠାରେ ନୂତନ ପିଣ୍ଡି ନିର୍ମାଣ କରିବାକୁ ଓଡ଼ିଶା ସେତୁ ନିର୍ମାଣ ନିଗମର ପ୍ରୋଜେକ୍ଟ ଅଫିସର ସୁନ୍ଦର ମାଧବ ପାଢ଼ୀ ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ ସୁଆଣ୍ଡୋ ବ୍ରିଜ ନିକଟରେ ମାର୍କେଟ କଂପ୍ଲେକ୍ସର ନିର୍ମାଣ କରିଯାଇଛି । ତେଣୁ ବ୍ଯବସାୟ ମାନେ ଦୁଇଦିନ ମଧ୍ଯରେ ଦୋକାନ ବା ବ୍ୟବସାୟ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିରର ନିର୍ମାଣ ଆସନ୍ତା ୧୫ ତାରିଖରେ ହସ୍ତାନ୍ତର କରାଯିବ ବୋଲି ଶିଳ୍ପୀ କୀର୍ତ୍ତନ ମହାରଣା କହିଥିଲେ । ଅନ୍ଯମାନଙ୍କ ମଧ୍ଯରେ ତହସିଲଦାର ଜୟନ୍ତ କୁମାର ଜୟସିଂହ, ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ, ଓଡ଼ିଶା ସେତୁ ନିର୍ମାଣ ନିଗମର ପରିଚାଳକ ଜ୍ଯୋତି ପ୍ରକାଶ ଦାସ, ଇଂ ପ୍ରମୋଦ କୁମାର ନାୟକ ଓ ଇଂ ଶୁଭମ ପାତ୍ର ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୧/୨୦୨୩---୧୦,୨୦ Sakhigopal News,10/1/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୧/୨୦୨୩---୧୦,୨୦ Sakhigopal News,10/1/2023




