ଧାନ କଟନୀଛଟନୀ ବିରୋଧରେ ତାତିଲେ ଚାଷୀ, ପାକ୍ସ ଫାଟକରେ ପକାଇଲେ ତାଲା
ଓଡ଼ଗାଁ:- ଧାନ କଟନୀଛଟନୀ ବିରୋଧରେ କୁରାଳ ପାକ୍ସ ରେ ଆଜି ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି। ଚାଷୀ ଉତ୍ତେଜିତ ହୋଇ ପାକ୍ସ ଫାଟକରେ ତାଲା ପକାଇ ଦେଇଥିଲେ। ଗତ ସପ୍ତାହେ ଧରି କୁରାଳ ପାକ୍ସ ରେ ଧାନ କଟନୀଛଟନୀ ଅଙ୍କ ଛିଡୁନଥିବା ବେଳେ ଲଗାତାର ୫ଦିନ ପରେ ପାକ୍ସ ଖୋଲିଲା । ଆଜି ସକାଳୁ ଚାଷୀଙ୍କ ବିନା ଉପସ୍ଥିତିରେ ତରବରିଆ ଭାବେ ଧାନ ମଣ୍ଡି ପୂଜା କରାଯାଇଥିଲା। ଏନେଇ ଚାଷୀ କାହାକୁ ପଚାରି ମଣ୍ଡି ପୂଜା କରାଗଲା ବୋଲି ଉତ୍ୟକ୍ତ ହୋଇ ଧାନ କଟନୀଛଟନୀ ବିରୋଧରେ ତାତି ପାକ୍ସରେ ତାଲା ପକାଇ ଦେଇଥିଲେ। ଦୀର୍ଘ ୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଚାଷୀ ଧାରଣାରେ ବସିଥିବାର ଦେଖିବାକୁ ମିଳିଥିଲା।
ଆଜିର ଏ ଚାଷୀ ଧାରଣାରେ ଚାଷୀ ଶାନ୍ତନୁ ବିଶୋଇ,ନବନିର୍ମାଣ କ୍ରୁଷକ ସଂଗଠନ ର ବ୍ଳକ ସଭାପତି ବାଇନାଥ ସାହୁ,ଛାତ୍ର ନେତା ଦିଲ୍ଲୀପ୍ କୁମାର ବିଶୋଇ, ଚାଷୀ ନେତା ଦିଲ୍ଲୀପ୍ ବେହେରା ଏବଂ ୨୦ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ଧାରଣାରେ ଦେଖିବାକୁ ମିଳିଥିଲା। ମିଲର୍,ପାକ୍ସ ସମ୍ପାଦକ ଓ ରାଜନେତାଙ୍କ ଭାଗ ଛିଡୁନଥିବା ବେଳେ ଚାଷୀ ହନ୍ତସନ୍ତ ହେଉଛନ୍ତି। ସୂଚନାକି ଗତକାଲି ତରବରିଆ ଭାବେ କୁରାଳ ପାକ୍ସ ସମ୍ପାଦକ ଭଗବାନ ଭଞ୍ଜଙ୍କୁ ବାହାର କରି ଦିଆଯାଇଥିଲା। ଏବଂ କୋମଣ୍ଡ ସମବାୟ ସମ୍ପାଦକ ଲିଙ୍ଗରାଜ ସାହୁଙ୍କୁ ଏହି ସ୍ଥାନକୁ ନୂତନ କରି ଯୋଗଦେବାପାଇଁ ନିର୍ଦେଶ ଦିଆଯାଇଥିଲା।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୦/୧/୨୩ -----୯,୫୫ Sakhigopal News ,10/1/2023




