ଓସ୍ତିଆ ପଞ୍ଚାୟତରେ ବିଜେଡି ଶାସନରେ ଅରଜକତା ରାଜୁତି
କଟକ -କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତ ବିଜେଡି ଶାସନରେ ଲୋକମାନଙ୍କୁ ଅନେକ ପ୍ରକାର ନିର୍ଯାତନା ଦେବା ସହିତ କୌଣସି ପ୍ରକାର ସୁବିଧା ନ ଦେଇ ମଧ୍ୟ୍ୟ ଜନସାଧାରଣଙ୍କୁ ଅତ୍ୟାଚାର ସହିତ ଜୁଲମ ଚାଲିଛି। ଏଥିରେ ସରପଞ୍ଚ ସାଧାରଣ ଜନତାଙ୍କୁ କିଭଳି ଭାବରେ ଆକ୍ରୋଶ ମୂଳକ ଶିକାର କରୁଛନ୍ତି ଏବଂ ଗାଳିଗୁଲଜ କରି ନିଜେ ଉତ୍ୟକ୍ତ ହୋଇ ମାଡପିଟ କରିବାକୁ ପଛାଉନାହାନ୍ତି ବୋଲି ପଞ୍ଚାୟତ ଅଧୀବାସିମାନେ ଅଭ କରିଥିଲେ ଆଣିଛନ୍ତି । ଅଗ୍ନିଶମ କର୍ମୀ କଣ ମହିଳାଙ୍କ ସହିତ ଦୁବ୍ୟବହାର କରି ଗାଳିଗୁଲଜ କରିବା କେତେଦୂର ଠିକ । ବିଜେଡି ସରକାରଙ୍କ ସମୟରେ ଏହା ଦେଖିବାକୁ ମିଳୁଛି । ବାଙ୍କୀ ଥାନାରେ ବିମଳା ସାହୁ ଏକ ତାରିଖ ରେ ଅଭିଯୋଗ କରିଛନ୍ତି ସରପଞ୍ଚ ଏବଂ ତାଙ୍କ ସାଥିମାନେ ରଙ୍କ ବେହେରା, ପଙ୍କଜ ବେହେରା, ଆରତ ବେହେରା, ମାଧବ ବେହେରା, ନଟବର ବେହେରା ଅସଭ୍ୟ ଭାଷାରେ ଗାଳିଗୁଲଜ କରି ହାତରେ ବିଭିନ୍ନ ପ୍ରକାର ମାରାଣତ୍ମତକ ଅସ୍ତ୍ର ଧରି ଠେଙ୍ଗା, ଖଣ୍ଡା ଫାରସା, ଲୁହାରଡ ଧରି ଆକ୍ରୋଶ ଭାବେ ଆକ୍ରମଣ କରିଥିଲେ । ମାତ୍ର ପୋଲିସ ଅଭିଯୋଗ ପାଇବା ପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ହୋଇ ବସି ରହିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଗୋଷ୍ଠୀ ମାନଙ୍କ ପକ୍ଷରୁ ଦାବି ହୋଇଛି । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୫/୧/୨୦୨୩ ----୧୦,୫୦ Sakhigopal News,5/1/2023


