ଲରମ୍ଭା ମହାବିଦ୍ୟାଳୟ ଠାରେ ବିଶ୍ୱକପ୍ ହକି ୨୦୨୩ ର ରଂଗୋଲି ପ୍ରତିଯୋଗିତା ଅନୁଷ୍ଠିତ
ବରଗଡ଼--- ଲରମ୍ଭା ମହାବିଦ୍ୟାଳୟ ଠାରେ ବିଶ୍ୱକପ୍ ହକି ୨୦୨୩ ର ରଂଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଶ୍ୱକପ୍ ହକି କୁ ଉତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ସହିତ ରଂଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲରମ୍ଭା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ। ଏଥିରେ ୨୧ ଦଳ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଯୁଗ୍ମ ପ୍ରଥମସ୍ଥାନ ବେବି ନାଥ ଓ ତାଙ୍କର ଦଳ +୨ ଦ୍ଵିତୀୟ ବର୍ଷ ବାଣିଜ୍ୟ, ଝରଣା ସେଠ ଦଳ +୩ ତୃତୀୟ ବର୍ଷ ଜୀବ ବିଜ୍ଞାନ ସମ୍ମାନ ବିଭାଗ, ଦ୍ଵିତୀୟସ୍ଥାନ ରେ ଶ୍ରୀୟା ଖମାରୀ ଦଳ +୩, ନିତେଶ ବେହେରା ଦଳ +୩ ପ୍ରଥମ ବର୍ଷ ଉଦ୍ଭିଦ ବିଜ୍ଞାନ ସମ୍ମାନ ବିଭାଗ ଓ ତୃତୀୟ ସ୍ଥାନ ରେ ଯୁଗ୍ମ ଶିବାନୀ ରେଡ୍ଡୀ ଦଳ, +୩ ଦ୍ଵିତୀୟ ବର୍ଷ ବାଣିଜ୍ୟ ସୂର୍ଯ୍ୟକାନ୍ତି ରେଡ୍ଡୀ ଦଳ +୩ ଦ୍ଵିତୀୟ ବର୍ଷ ବାଣିଜ୍ୟ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ପ୍ରଶଂସା କରାଯାଇଥିଲା। ମହାବିଦ୍ୟାଳୟର ପ୍ରଫେସର ଅଶୋକ ମହାନ୍ତି, ପ୍ରଫେସର ଡକ୍ଟର ଅମୃତା ସାମନ୍ତ, ଅଧ୍ୟାପକ ସରୋଜ କୁମାର ନାୟକ, ଅଧ୍ୟାପିକା ସଂଘମିତ୍ରା ମହାକୁର, ଡକ୍ଟର ମୋନିକା ଶତପଥୀ, ହରିଶ ପାତ୍ର, ପବିତ୍ର ମହାରଣା, ପାୟଲ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୧/୨୦୨୩----୧୦,୧୦ Sakhigopal News,5/10/2023




