ସ୍ଥଗିତ ହେଲା ଅଙ୍ଗନବାଡି କର୍ମୀଙ୍କ ଅନ୍ଦୋଳନ
ନୟାଗଡ/ଭୁବନେଶ୍ୱର:ଲୋୟର ପିଏମ ଜି ରେ ଚାଲିଥିବା ଅଙ୍ଗନବାଡ଼ି ଆନ୍ଦୋଳନ ସାମୟିକ ଭାବରେ ସ୍ଥଗିତ ହୋଇଛି । ଫେବୃଆରୀ ୧୫ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ସ୍ଥଗିତ ରହିଥିବା ବିଶେଷ ସୁତ୍ରରୁ ଜଣାପଡିଛି । ତେବେ ଏନେଇ ଅଙ୍ଗନବାଡି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛନ୍ତି ।ତେବେ ଆଜକୁ ଦୀର୍ଘ ୪୬ ଦିନ ହେଲା ଆଠ ଦଫା ଦାବି ନେଇ ଆନ୍ଦୋଳନ ଚଳାଇଥିଲେ ଅଙ୍ଗନବାଡ଼ି କର୍ମୀ । ଫଳରେ ସେମାନେ ଆଜି ବିଶାଳ ରାଲୀ କରି ଲୋଏର ପିଏମଜିରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଏହି ବିଶାଳ ରାଲି ଯାଇଥିଲା। ଦାବି ପୂରଣ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ନବୀନ ନିବାସ ଚାଲ ଅଭିଯାନର ଆୟୋଜନ କରିଥିଲେ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରୁ ଅଙ୍ଗନଓ୍ବାଡି କର୍ମୀମାନେ ଆସି ରାଜଧାନୀରେ ପହଞ୍ଚିଥିଲେ ।
ଅଙ୍ଗନବାଡି କର୍ମୀମାନେ ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ପାଇ ନଥିବାକୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରି ଥିଲେ ଏବଂ ସେଠାରେ ଧରଣାରେ ବସିଥିଲେ । ଏହାପରେ ଏକ ୮ ଜଣିଆ ପ୍ରତିନିଧି ଦଳଙ୍କୁ ଆଲୋଚନା ପାଇଁ ନବୀନ ନିବାସ ନିଆଯାଇଥିଲା । ଆଲୋଚନା ପରେ ସାମୟିକ ଭାବରେ ଫେବୃଆରୀ ୧୫ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ରହିଥିବା ଅଙ୍ଗନବାଡି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛନ୍ତି ।କେଉଁ ଦାବି ସରକାର ପୂରଣ କରିବେ ଦେଇଥିବା ଚିଠିରେ ଏହା କୌଣସି ଲିପିବଦ୍ଧ ହୋଇ ନ ଥିବାରୁ ଏବଂ ଏହା ଫେବୃଆରୀ ମାସର ଦୁଇୟ ସପ୍ତାହ ରେ ଆଲୋଚନା ହେବ।ଘଟଣା ସମ୍ପର୍କରେ ସନ୍ଦେହ ସୃଷ୍ଟି କରିଛି।ସଂଘର ଏଭଳିଘଟଣା ପରେ ବହୁ ସଂଖ୍ୟକ ଅଙ୍ଗନବାଡ଼ି କର୍ମୀ ହତାଶ ଭାବ ଅନୁଭବ କରିଛନ୍ତି।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୫/୧/୨୦୨୩----- ୧୧,୨୫ Sakhigopal News,5/1/2023
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୫/୧/୨୦୨୩----- ୧୧,୨୫ Sakhigopal News,5/1/2023




