୮୨ଗ୍ରାମ ଧଳା ଜହର ଜବତ, ବେପାରୀ ଗିରଫ
ପୁରୀ--- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ପୁରୁଣା ବସ ଷ୍ଟାଣ୍ଡ ସ୍ଥିତ କେନାଲ ବ୍ରିଜ ପାଖରୁ ଧଳା ଜହର ବେପାରୀ ଙ୍କୁ ଗିରଫ କରିଛି । ଉକ୍ତ ବ୍ୟକ୍ତିଙ୍କ ନାମ ଶୁଭକାନ୍ତ ସେନାପତି ,ବୟସ -32 । ତାଙ୍କ ଠାରୁ 82 ଗ୍ରାମ ହେରୋଇନ (ବ୍ରାଉନ ସୁଗାର) ଜବତ କରାଯାଇଛି। ନିମାପଡା ଅବକାରୀ ଥାନା କେସ ନଂ -90/22-23ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 8,20,000/-ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ SI ଶ୍ରୀ ରଙ୍କନିଧି ମଲ୍ଲିକ ଏବଂ ଅବକାରୀ କର୍ମଚାରୀ ଯଥା -ଆଶିଷ କୁମାର ପ୍ରଧାନ, ଶେଖ ୱାରିସ, ଜିତେନ୍ଦ୍ର ବେହେରା,ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ । ଧୀରେନ୍ଦ୍ର ସେନାପତି,୭/୧/୨୦୨୩---୯,୧୦ Sakhigopal News,7/1/2023



