ads

Breaking News

ରାଜନେତା, ସୋସାଇଟି ସମ୍ପାଦକ ଓ ମିଲର ମଧ୍ୟରେ ମଧୁ ଚନ୍ଦ୍ରିକା; ୭୨ଘଣ୍ଟା ହେଲା ପଡିଛି ମଣ୍ଡିରେ ଧାନ




ଓଡ଼ଗାଁ: ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୁରାଳ ସେବା ସମବାୟ ସମିତି ର ଚଳିତ ବର୍ଷ ଧାନ ମଣ୍ଡି ଆରମ୍ଭରୁ ୭୨ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ହେଲାଣି ଧାନ ପଡ଼ିରହିଛି।ଅଥଚ ଧାନ ଉଠି ପାରୁନି। ଫଳରେ ଶୀତ କାକରରେ ଧାନ ବସ୍ତା ସବୁ ଖୋଲା ଆକାଶ ତଳେ ପଡି ରହିଛି। ଯଦି ଅଦିନିଆ ବର୍ଷା ହେଇଯାଏ, ତେବେ ଧାନ ନଷ୍ଟ ହେବାର ସନ୍ଦେହକୁ ଏଡାଇ ଦିଆଯାଇ ନପାରେ। 
               ସରକାରୀ ନିୟମ ଅନୁଯାୟୀ ସୋସାଇଟି ସମ୍ପାଦକ ଧାନ କିଣିବେ।ତାପରେ ମିଲର୍ ଆସି ସେ ଧାନ କୁ ନେବ। ଶୁକ୍ରବାର ଦିନ ମଣ୍ଡି ଆରମ୍ଭ ରୁ ଚାଷୀ ମାନେ ଧାନ ବିକ୍ରି ପାଇଁ ମଣ୍ଡି ରେ ଧାନ ଆଣି ପକାଇଛନ୍ତି। ସୋସାଇଟି ସମ୍ପାଦକ ଧାନ କିଣୁନାହାନ୍ତି। କହୁଛନ୍ତି "ମୁଁ କିଣିଲେ କଣ ହେବ ମିଲର୍ ଯଦି ଆସେ ପେମେଣ୍ଟ   କେମିତି ହେବ। ଚାଷୀ ପାଖକୁ ପଇସା ଯିବ ନାହିଁ। ତେଣୁ ମିଲର ପାଖରେ ଯାଇ କଥା ହୁଅ।ସେ ହଁ କଲେ ମୁ କିଣିବି"।ଆର୍ ଏମ୍ ସି ଷ୍ଟାଫ୍ ଧାନ ଟେଷ୍ଟ ପରେ ଏଫ୍ ଏ କ୍ୟୁ ବାହାରିଲେ ମଧ୍ୟ ସମ୍ପାଦକ କିଣୁନାହାନ୍ତି। 
        ଏ ନେଇ ଜଣେ ଚାଷୀ ନିଜ ନାମ ଗୋପନ ରଖି କହିଛନ୍ତି "ମିଲର୍,ସୋସାଇଟି ସମ୍ପାଦକ ଓ ସ୍ଥାନୀୟ ରାଜନେତା ସହ ଡିଲ ସରିଯାଇଛି ।ଯେତେ ଧାନ କିଣା ଲେଟ୍ ହେବ ସେତେ କଟନି ଛଟନି ଅଧିକା ହେବ । କାରଣ ଚାଷୀଙ୍କର ଟୋକନ ତାରିଖ ସରି ସରି ଯାଉଛି।ତେଣୁ ବାଧ୍ୟ ହୋଇ ସେ ୧୦ କେଜି କାଟିକି ମିଲର୍ କୁ ଦେବେ। ତେଣୁ ସୋସାଇଟି ସମ୍ପାଦକ ସ୍ଥାନୀୟ ରାଜନେତା, ମିଲରଙ୍କ ମୋବାଇଲ ଯାଞ୍ଚ କରାଯାଉ, ସତ୍ୟାସତ୍ୟ ଜଣା ପଡ଼ିବ। ମଣ୍ଡି ର ବହୁ ବାଦ ବିବାଦ ମଧ୍ୟରେ ଚାଷୀ ହଇରାଣ ହେଉଛନ୍ତି।
         ତେବେ ଦେଖିବାକୁ ବାକି ରହିଲା କେବେ କୁରାଳ ପାକ୍ସ ଅଙ୍କ ଛିଡୁଛି ଓ ମଣ୍ଡିରୁ ଧାନ କେବେ ଉଠୁଛି। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:-୮/୧/୨୩---୮,୧୦ Sakhigopal News,8/1/2023

ads

Blog Archive