ads

Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଗୁଜୁରାଟର ଶିକ୍ଷା ସଚିବ




ସାକ୍ଷୀଗୋପାଳ---- ପଞ୍ଚସଖା ଙ୍କ ଦ୍ଵାରା ନିର୍ମିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଗୁଜୁରାଟର ଶିକ୍ଷା ସଚିବ ଶ୍ରୀ ମହେଶ୍‌ ମେହେଟା ସୋମବାର ଦିନ ପହଞ୍ଚିଥିଲେ । ତାଙ୍କ ସହିତ ପୁରୀ ଜିଲ୍ଲାର ଶିକ୍ଷା ଅଧିକାରୀ ଡ. ବିଶ୍ବଜିତ ଘୋଷ ମଧ୍ୟାହ୍ନ ସମୟରେ ପହଞ୍ଚିବା ପରେ ସତ୍ୟବାଦୀ ଶିକ୍ଷା ମଣ୍ଡଳ ଅଧିକାରିଣୀ ଭବମ୍‌ ପ୍ରଧାନ ସେମାନଙ୍କୁ ବିଦ୍ୟାଳୟ ପରିସରରେ ପୁଷ୍ପ ଗୁଛ ପ୍ରଦାନ କରି ସ୍ବାଗତ କରାଇଥିଲେ। ପୂଣ୍ୟତ୍ମା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଫୁଲ ମାଳ,ଧୂପ ଓ ଦୀପ ପ୍ରଦାନ  ଶ୍ରୀ ମେହେଟା କରିଥିଲେ। ପରେ ସ୍ମାର୍ଟ କ୍ଲାସ୍‌ ରୁମ୍‌ ପରିଦର୍ଶନ କରିବା ସହ ଛାତ୍ର ମାନଙ୍କ ସହ ଭାବ ଆଦାନ ପ୍ରଦାନ କରିଥିଲେ। ବିଦ୍ୟାଳୟର ବାର୍ଷିକ ମୂଖପତ୍ର "ରତ୍ନଚିରା"କୁ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା ଉଭୟ ଅତିଥିଦ୍ବୟଙ୍କୁ। ବିଦ୍ୟାଳୟ ସଂପର୍କରେ ଐତିହାସିକ ତଥ୍ୟ ସଚିବ ଶ୍ରୀ ମେହେଟାଙ୍କୁ ଅବଗତ କରାଇଥିଲେ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ଘୋଷ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ, ଶିକ୍ଷକ ବସନ୍ତ କୁମାର ସ୍ବାଇଁ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୧/୨୦୨୩---୮,୧୦ Sakhigopal News,9/1/2023

ads

Blog Archive