ads

Breaking News

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ



ଭଞ୍ଜନଗର - ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି ।  ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଜୟରାମ ସେନାପତି ଉଦଘାଟନ କରିଛନ୍ତି ।  ସପ୍ତାହ ବ୍ୟାପି ଆରମ୍ଭ ହୋଇଥିବା ଶିବିର ର ପ୍ରଥମ ଦିନରେ ମୂଖ୍ୟ ଅତିଥିଭାବେ ଡଃ ଅମ୍ରିତ୍ ସେଠୀ ,ଜିଲ୍ଲା ସଂଯୋଜକ ତଥା ଖଲିକୋଟ ଜୁନିଅର ସ୍ଵୟଂଶାସିତ କଲେଜର ଅଧ୍ୟାପକ ପ୍ରମୋଦ ଚୌଧୁରୀ , ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଛାତ୍ରୀମାନକୁ ଆତ୍ମସୁରକ୍ଷା କୌଶଳ ଓ ଦିଗଦର୍ଶନ ଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶ୍ରୀ ସେନାପତି ଛାତ୍ରୀମାନଙ୍କୁ ଏଭଳି  ଶିକ୍ଷା ଦ୍ବାରା ନିଜର ସୁରକ୍ଷା ଭପରେ  କହିଥିଲେ । +୨ ସଂଯୋଜିକା ଶ୍ରୀମତୀ ଜୟଲକ୍ଷ୍ମୀ ରଥ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲେଚନା କରିଥିଲେ । ଏହି ଶିବିରରେ ପ୍ରିୟଙ୍କା ସ୍ବାଇଁ ଓ ସଂଙ୍ଗୀତା ସ୍ବାଇଁ  ପ୍ରମୁଖ ଛାତ୍ରୀ ମାନଙ୍କୁ ମାନସିକ ପ୍ରଶିକ୍ଷଣ ଓ ସୁରକ୍ଷା କ୍ଷେତ୍ରରେ ଯତ୍ନବାନ ହେବାପାଇଁ  ବୁଝାଇଥିଲେ । ଏହି ଶିବିରରେ ପ୍ରରମ୍ଭିକ ସଂଗୀତ ଗାନ ସହ ମହିଳା ଆତ୍ମରକ୍ଷା ସଂକ୍ରାନ୍ତୀୟ ପୁସ୍ତକ ଉନ୍ମୋଚନ କରାଯାଇଥିଲା । +୩ ର ସଂଯୋଜକ ଅମୂଲ୍ୟ ଶତପଥୀ ଓ ଚିତ୍ତରଞ୍ଜନ ଚର୍ଚ୍ଚି ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଉପସ୍ଥିତ ଥିଲେ । ଏହି ଶିବିରରେ ସମସ୍ତ ଛାତ୍ରୀ  ଉପସ୍ଥିତ ଥିବା ବେଳେ , +୨ ସଂଯୋଜକ ଜୟଲକ୍ଷ୍ମୀ ରଥ  ଧନ୍ୟବାଦ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୧/୨୦୨୩---୯,୨୫ Sakhigopal News,11/1/2023

ads

Blog Archive