ads

Breaking News

୬୦ କିଲୋ ହରିଣ ମାଂସ ଜବତ, ଜଣେ ଗିରଫ




ନୟାଗଡ---- ଗଣିଆ ବ୍ଲକ ଛାମୁଣ୍ଡିଆ  ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବେଣ୍ଟପଡା ଗ୍ରାମରୁ ୬୦କିଲୋ ଓଜନର ହରିଣ ମାଂସ ସହିତ ଜଣକୁ ଗିରଫ କରିଛି ଛାମୁଣ୍ଡିଆ ବନବିଭାଗ । ତେବେ ଗିରଫ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରାଯାଇଛି। ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ନୟାଗଡ ଜିଲ୍ଲାବନଖଣ୍ଡ ଅଧିକାରୀ କହିଛନ୍ତି । ଘଟଣାରୁ ଜଣାପଡିଛି ଯେ ବୁଧବାର ସକାଳ ୧୦ ଘଟିକା ସମୟରେ ବେଣ୍ଟପଡା ଗ୍ରାମରେ ହରିଣ ଶିକାର ହୋଇଥିବା ଖବର ପାଇ ବନବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । ଉକ୍ତ ଗ୍ରାମର ଅଭିମନ୍ୟୁ ରଣା ଗୋଟିଏ ହରିଣ ଶିକାର କରି ନିଜ ଘରେ କାଟୁଥିବା ବେଳେ ରେଞ୍ଜର ସନ୍ତୋଷ କୁମାର ସାହୁ, ବଡମୂଳ ଫରେଷ୍ଟର ଦେବାଶିଷ ବେହେରା, ଫରେଷ୍ଟର ଗାୟତ୍ରୀ ପରିବାର, ଛାମୁଣ୍ଡିଆ ଚେକଗେଟ ଫରେଷ୍ଟ ଗାର୍ଡ ପ୍ରଦ୍ୟୁମ୍ନ ପ୍ରଧାନ ପ୍ରମୁଖ ଚଢ଼ାଉ କରିଥିଲେ । ତାଙ୍କ ଠାରୁ ହରିଣ ମୁଣ୍ଡ ସହିତ ୬୦ କିଲୋ ହରିଣ ମାଂସ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି । ତେବେ ଫସଲ ଖାଇବାକୁ ହରିଣ ମାନେ ଜଙ୍ଗଲରୁ ଗାଆଁ ଆଡ଼କୁ ଚାଲି ଆସୁଥିବା ବେଳେ ଶିକାରୀ ମାନେ ନିର୍ଭୟରେ ଶିକାର କରୁଥିବା ଅଭିଯୋଗ ହେଉଛି । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୧/୨୦୨୩----୯,୧୦ Sakhigopal News,11/1/2023

ads

Blog Archive