ads

Breaking News

ସ୍କୁଟି ଓ ମଟର ସାଇକେଲ ମଧ୍ୟରେ ଧକ୍କା ; ସ୍କୁଟି ଚାଳକଙ୍କର ମୃତ



 ସାକ୍ଷୀଗୋପାଳ---- 
ନିମାପଡା ବ୍ଲକ ମିଟେଇପୁର ଗ୍ରାମର  ନୀଳକଣ୍ଠ ଦାସ ଓ ତାଙ୍କ ଧର୍ମପତ୍ନୀ ନିର୍ମଳା ଦାସ
ସ୍କୁଟିରେ ନିମାପଡା ରୁ ପୁରୀ ଯାଉଥିଲେ। ସତ୍ଯବାଦୀ ବ୍ଳକ ଛକ ନିକଟରେ ରଙ୍ଗ ରୁଟ ରେ ଏକ ବାଇକ ରେ ଦୁଇଜଣ ଯୁବକ ସିଧା ସଳଖ ଆସି ସ୍କୁଟି କୁ ଧକା ଦେଇଥିଲେ।ଫଳରେ ସ୍କୁଟି ଓ ମଟର ସାଇକେଲ ଚାଳକ ଗୁରୁତର ଭାବେ ଆହତ ହେଇ ରାସ୍ତା ଉପରେ ପଡ଼ିଥିଲେ ।  ସେଠାରେ ଉପସ୍ଥିତ ଥିବା ବିଜୁ ଜନତା ଦଳର କିଛି କର୍ମକର୍ତ୍ତା ମାନେ ପ୍ରଥମେ ସତ୍ୟବାଦୀ ପୋଲିସ ଓ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ମାତ୍ର  ବିଳମ୍ଭ  ହେବାରୁ ଆହତ ମାନଙ୍କୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ  ଏକ ଅଟୋ ଯୋଗେ ନେଇଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ସମୟରେ ନୀଳକଣ୍ଠ ଦାସ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏବଂ ତାଙ୍କ ଧର୍ମପତ୍ନୀ ନିର୍ମଳା ଦାସ ଏବଂ ବାଇକ ଅରୋହି ଙ୍କ  ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ପୁରୀ ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଖବର  ପାଇ ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କେତନ ବେହେରା ଓ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଡାକ୍ତରଖାନାରେ ପହଞ୍ଚିଥିଲେ । ଦୁଗଲ ଗ୍ରାମ ପଞ୍ଚାୟତ ର ପୁର୍ବତନ ସରପଞ୍ଚ ପ୍ରକାଶ ଖଟେଇ, ସତ୍ୟବାଦୀ ବ୍ଲକ ଯୁବ ବିଜୁ ଜନତା ଦଳର ସଭାପତି ଶରତ ରାଉତରାୟ ଏବଂ ସୁବାସ ପ୍ରଧାନ ପ୍ରମୁଖ ୩୧୬ନଂ ଭୁବନେଶ୍ୱର- ପୁରୀ ଜାତୀୟ ରାସ୍ତା ଉପରେ ପଡ଼ିଥିବା ଆହତ ମାନଙ୍କୁ ଉଦ୍ଧାର କରିଥିଲେ  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୧/୨୦୨୩----୮,୧୦ Sakhigopal News,11/1/2023

ads

Blog Archive