ads

Breaking News

ସାକ୍ଷୀଗୋପାଳରେ ପହିଲିଭୋଗ ସମୁହ ପ୍ରସାଦ ସେବନ


 


 ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ବଡ ବଜାରରେ ଥିବା ଗୋବିନ୍ଦଜୀଉ ମଠରେ କାହିଁ କେଉଁ କାଳରୁ ପହିଲି ଭୋଗ ନୀତିକାନ୍ତି ହୋଇ ଆସୁଛି । ମାତ୍ର ବଡବଜାରରେ ଥିବା ବୁଡା ଗଣେଶ ପୂଜା କମିଟିର ଯୁବକ ମାନେ ଏହି ପହିଲି ଭୋଗ ଦାୟତ୍ୱ ହାତକୁ ନେଇ ଏକ ଭିନ୍ନ ପରମ୍ପରା ସୃଷ୍ଟି କରିଛନ୍ତି । ମଠ ନିକଠରେ ଥିବା ଗଣେଶ ମଣ୍ଡପରେ ପତିତପାବନ ଓ ଗଣେଶ ରହିଥିବାରୁ ମଠରେ ପହିଲି ଭୋଗ ରନ୍ଦା ହେବାପରେ ଏଠାରେ ମଠ ଓ ମଣ୍ଡପରେ ଭୋଗ ଲାଗିଥାଏ । ପରେ ପରେ ବାଳଗୋପାଳଙ୍କୁ ବଣ୍ଟନ କରାଯାଇଥାଏ । ମାତ୍ର ଶେଷ ଦିନ ବା ମକର ସଂକ୍ରାନ୍ତି ପୂର୍ବଦିନ ଏକ ବଡଧରଣର ପହିଲି ଭୋଗର ଆୟୋଜନ ସ୍ଥାନୀୟ ଯୁବକ ଓ ଗଣେଶ ପୂଜା କିମିଟି ସଭ୍ୟ ମାନେ କରିଥାନ୍ତି । ଏପରିକି ଛୋଟ ଠାରୁ ବଡ ଲୋକମାନେ ଓ ପଥଚାରୀ ମହିଳା ପୁରୁଷଙ୍କୁ ପ୍ରସାଦ ସେବନ କରିବାକୁ ସୁଯୋଗ ମିଳିଥାଏ । ଏହି ପ୍ରସାଦ ପାଇବା ପାଇଁ ବି ଲୋକ ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଥିବାର ଦେଖାଯାଇଥିଲା ।  କମଟି ପକ୍ଷରୁ ଦୁଇଜଣ ଯୁବକ ଗ୍ରାମକୁ ଗ୍ରାମ ବୁଲି ଘଣ୍ଟ ବାଡେଇ ପ୍ରସାଦ ପାଇବା ପାଇଁ ନିମନ୍ତ୍ରଣ ବା ଡାକିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧/୨୦୨୩---୭,୧୦   Sakhigopal News, 13/1/2023

ads

Blog Archive

Popular Posts