ଯୁବ ସମାଜ ସଚେତନ ହେଲେ ସମାଜର ପରିବର୍ତ୍ତନ ଆସିବ
ବରଗଡ଼--- ବରଗଡ ଜିଲ୍ଲା ରେମଣ୍ଡା ମାଧ୍ୟମିକ ବିଦ୍ୟାଳୟ ଠାରେ ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି। ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷ ଝସକେତନ ପ୍ରଧାନ ।ଏଥିରେ ମୁଖ୍ଯବକ୍ତା ଭାବେ ଯୋଗ ଦେଇଥିଲେ, ଆଞ୍ଚଳିକ କିଶାନ ମହାବିଦ୍ୟାଳୟ ଭେଡେନ ର ରାଜନୀତି ବିଜ୍ଞାନ ଅଧ୍ୟାପକ ରଞ୍ଜନ କୁମାର ଦାସ ଓ ସାମାଜ ପରିବର୍ତ୍ତନ ରେ ଯୁବପିଢ଼ି ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଯୁବ ରେଡକ୍ରସ କାଉନସିଲର ଡାଃ ଅଶ୍ଵିନି କୁମାର ପାଣିଗ୍ରାହୀ ତତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ସମସ୍ତ ପ୍ରଧ୍ୟାପକ, ପ୍ରାଧ୍ୟାପିକା ସମସ୍ତ କର୍ମଚାରୀ ଉପସ୍ଥିତ ରହି ଥିଲେ ।ପରିଶେଷରେ ପ୍ରାଧ୍ୟାପକ ଧ୍ରୁବରାଜ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୩/୧/୨୦୨୩---୯,୪୫ Sakhigopal News,13/1/2023




