ସାକ୍ଷୀଗୋପାଳରେ ସଡକ ସୁରକ୍ଷା ସପ୍ତାହ ପାଳନ
ସାକ୍ଷୀଗୋପାଳ------ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପୁରୀ ଓ ସତ୍ୟବାଦୀ ପୋଲିସର ମିଳିତ ସହଯୋଗରେ ସାକ୍ଷୀଗୋପାଳ ବ୍ଳକ ଛକ ନିକଟରୁ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଏକ ସଡକ ସୁରକ୍ଷା ସପ୍ତାହ ସଚେତନତା ର୍ୟାଲି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଟର ଭ୍ୟାକେଲ ଇନିସିପେକ୍ଟର ଅମିତ କୁମାର ରଣା, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଓ ଗୁରୁକୂଳର ପ୍ରତିଷ୍ଠାତା ତଥା କୋଚ ବିଷ୍ଠୁପ୍ରସାଦ ମିଶ୍ର ପତାକା ଦେଖାଇ ସାଇକେଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ବିଶେଷ କରି ମଟର ସାଇକେଲ ଚଳାଇବା ସମୟରେ ନିଶ୍ଚିତ ହେଲେମେଣ୍ଟ ବ୍ୟବହାର କରିବା, ଗାଡି ଚଳାଇବା ସମୟରେ ମୋବାଇଲି ଫୋନ ବ୍ୟବହାର ନ କରିବା, ମଦ୍ୟପାନ କରି ଗାଡି ନଚଳାଇବା, ଦ୍ରୁତ ଗତିରେ ଗାଡି ନଚଳାଇବା, ସିଟ ବେଲଟ ବାନ୍ଦି ଗାଡି ଚଳାଇବା ଓ ଠ୍ରାଫିକ ନିୟମ ମାନି ଗାଡି ଚଳାଇବା ପାଇଁ ଗାଡି ଚାଳକ ମାନଙ୍କୁ ସଚେତନତା କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧/୨୦୨୩---୭,୧୦ Sakhigopal News, 13/1/2023



