ମହାମାୟାସାହି ରାସ୍ତାରେ ଜବର ଦଖଲ ଉଛେଦ ହେଲା
ସାକ୍ଷୀଗୋପାଳ----- ସତ୍ୟବାଦୀ ମେଡିକାଲ ଛକ ନିକଟରେ ଥିବା ଜୟପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମହାମାୟାସାହିର ଦୋଳବେଦୀ ପର୍ଯ୍ୟନ୍ତ ରାସ୍ତାର ଡାହଣପାଶ୍ୱର୍ରେ ସରକାରୀ ଜମିରେ ବେଆଇନ ଭାବେ ଜବର ଦଖଲ କରି ରହିଥିବା ବ୍ୟବସାୟୀ ଓ କେତେକ ଘର ଆଜି ସତ୍ୟବାଦୀ ତହସିଲଦାର ଜେସିବି ଲଗାଇ ଉଛେଦ କରିଛନ୍ତି । ସୁଚନା ଯୋଗ୍ୟ ଯେ ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ କ୍ରମେ ଏହି ଉଛେଦ କରାଯାଉଛି ବୋଲି ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ କହିଛନ୍ତି । ଏହି ଉଛେଦ ସମୟରେ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ସାହୁ, ସତ୍ୟବାଦୀ ଆରଆଇ ଶ୍ୟାମ ସୁନ୍ଦର ପୂର୍ତ୍ତି, ଏଆରଆଇ ରଜତ ନାୟକ ପ୍ରମୁଖ ଉଛେଦ ସମୟରେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧/୨୦୨୩---୭,୧୦ Sakhigopal News, 13/1/2023



