ମାଧିପୁର ଛକରୁ ୪୬ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ
ପୁରୀ--- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଉପନିରିକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ କୋଣାର୍କ ଥାନା ଅଧୀନ ମାଧିପୁର ଛକ ନିକଟରେ ଚଢ଼ାଉକରୀ ମଣ୍ଟୁ ବଳ ,19 ବର୍ଷଙ୍କୁ ଗିରଫ କରି ତାଙ୍କଠାରୁ 46 ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରିବାରେ ସଫଳ ହୋଇଛନ୍ତି। କୋଣାର୍କ ଅବକାରୀ ଥାନା କେଶ ନମ୍ବର 120 /22-23ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 4,60,000 ଟଙ୍କାରୁ ଉର୍ଦ୍ଧ ହେବ ।ଏହି ଚଢ଼ାଉରେ ଅବକାରୀ SI ନାରାୟଣ ବେହେରା ଏବଂ ଅବକାରୀ କର୍ମଚାରୀ ଦୀନବନ୍ଧୁ ବାରିକ, ସବିତା ସାହୁ, ସେକ ୱାରିସ ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୧/୨୦୨୩ ---୭,୧୫ Sakhigopal News,7/1/2023



