ads

Breaking News

ଶ୍ରୀକ୍ଷେତ୍ର ପୁସ୍ତକମେଳାରେ ପରିବେଶ ସଚେତନତା



ଡେଲାଙ୍ଗ :ସବୁଜଡେଲାଙ୍ଗ ଟ୍ରଷ୍ଟଇ ପ୍ରତିଷ୍ଠାତା ତଥା ପରିବେଶ ସୁରକ୍ଷାରେ ବ୍ରତୀ ଆଇନଜୀବୀ ହୃଷୀ କେଶ ପାଢ଼ୀ ଆଜି ସତେଇଶିତମ ପୁସ୍ତକ ମେଳାରେ ଛାତ୍ର ଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବି ମାନଙ୍କୁ ପରିବେଶ ସଚେତନତା କରାଇଛନ୍ତି |ଶ୍ରୀ ପାଢ଼ୀଙ୍କ ପ୍ରସ୍ତୁତ  "ଗଛ ନାହିଁ ତ ଜୀବନ ନାହିଁ, ଗଛ ଲଗାଅ ପରିବେଶ ବଞ୍ଚାଅ ' ଓ  "ପରିବେଶ ପାଇଁ ଗଛଟିଏ ' ବ୍ୟାନର କୁ ଅବସର ପ୍ରାପ୍ତ ରାଜ୍ୟ ଉଦ୍ଭିଦ ଉଦ୍ୟାନର ସହକାରୀ ସଂରକ୍ଷକ ଦୟାନିଧି ତ୍ରିପାଠୀ ଉନ୍ମୋଚନ କରିଛନ୍ତି |ଏହି ଅବସରରେ ଶ୍ରୀଯୁକ୍ତ ତ୍ରିପାଠୀ କହିଲେ - ବର୍ତମାନ ଗଛର ଆବଶ୍ୟକତା ଜରୁରୀ ହୋଇ ପଡିଛି | ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ପୁସ୍ତକମେଳା ଆଗନ୍ତୁକ ମାନଙ୍କୁ ନିବେଦନ କରି ଶ୍ରୀ ପାଢ଼ୀଙ୍କର ଏଭଳି ଉଦ୍ୟମର ଭୁୟସୀ ପ୍ରଂଶସା କରିଥିଲେ | ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୧/୨୦୨୩----୭,୧୦ Sakhigopal News,12/1/2023

ads

Blog Archive

Popular Posts