ads

Breaking News

ବନଖଣ୍ଡସ୍ତରୀୟ ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ




ଭଞ୍ଜନଗର -- ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ବନଖଣ୍ଡସ୍ତରୀୟ ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ  ନିୟନ୍ତ୍ରିତ ବଜାର କମିଟି ସଭାଗୃହ ପରିସରରେ ଆୟୋଜିତ  କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ବନଖଣ୍ଡୀୟ ଅଧିକାରୀ ସୂଦର୍ଶନ ବେହେରା । ଅନ୍ୟ ମାନଙ୍କ ମଧ୍ୟରେ  ସହକାରୀ ସଂରକ୍ଷଣକ  ବିକ୍ରମଦେବ ପଟ୍ଟନାୟକ , କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ କୃତିବାସ ବିଶ୍ବାଳ , ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଅଗ୍ନିଶମ ଅଧିକାରୀ ସମୀର ବିଶ୍ବାଳ , ବେଲଗୁଣ୍ଠI ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଓ ସମାଜସେବୀ ଶୂଳପାଣି ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ ।  ଆଗକୁ ଗ୍ରୀଷ୍ମରୂତୁ ଆସୁଥିବାରୁ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ତାହାରି ଉପରେ ନଜର ରଖିବା ସହ ଯଦି ନିଆଁ ଲାଗେ ତେବେ ତାହାକୁ କିଭଳି ଲିଭାଇବାକୁ ହେବ ସେ ସଂକ୍ରାନ୍ତରେ  ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ଅବଗତ କରାଇଥିଲେ । ଏବଂ ଉପସ୍ଥିତ ଥିବା ବନାଞ୍ଚଳ ଅଧିକାରୀ ବନପାଳ, ବନରକ୍ଷୀ ଓ ବିଭିନ୍ନ ସ୍ଥାନରୁ ଆସିଥିବା ବନ ସୁରକ୍ଷା ସମିତିର ସଭ୍ୟ ଓ ସଭ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ ।ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଥିଲେ ସମସ୍ତ ବନ ସୁରକ୍ଷା ସମିତିର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ଏକ ଗୃପ୍ କରାଯିବା ସହ ଜଙ୍ଗଲରେ ଦେଖାଦେଉଥିବା  ବିଭିନ୍ନ ସମସ୍ୟା ଉପରେ ଜାଣିବା ସହଜ ହୋଇପାରିବ ବୋଲି କହିଥିଲେ ।  ଏହି ଗୃପ୍ ଗଠନ କରିବାକୁ ବନପାଳ ଅନୀଲ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ବାତି ଅନୁଷ୍ଠାନର  ସମ୍ପାଦକ ହରିଶଙ୍କର ରାଉତ ,ଭଗବାନ ସାହୁ, ପ୍ରକଳ୍ପ ଅଧିକାରୀ ସୁନିଲ କୁମାର ପଣ୍ଡା , ମଧୁସୂଦନ ସ୍ବାଇଁ , ଭଗବାନ ସାହୁ , ମୁଜାଗଡ ଟିମ ଲିଡ଼ର  ସମେତ ମୁଜାଗଡ ବନାଞ୍ଚାଳ ଅଧିକାରୀ ବିମ୍ବାଧର ସାହୁ , କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା , ଗାଲେରୀ ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ଏବଂ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୧/୨୦୨୩----୭,୧୦ Sakhigopal News,12/1/2023

ads

Blog Archive

Popular Posts