ads

Breaking News

ସତ୍ୟବାଦୀରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ପାଳିତ


 


ସାକ୍ଷୀଗୋପାଳ-----  ସତ୍ୟବାଦୀ ବକୁଳବନ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ସତ୍ୟବାଦୀ ବ୍ଳକର ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ ସଭାପତିତ୍ୱ କରିଥିଲେ ।  । ରାଜ୍ୟ କୃଷୀମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ବିଜେଡି ସରକାରଙ୍କ ସମୟରେ ରାଜ୍ୟରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ କହିବା ସହ  କେନ୍ଦ୍ର ସରକାର ଏତେ ବିରୋଧ କରିବା ସତ୍ତେବି କୃଷୀ ପୁରଷ୍କାର ଓଡିଶା ପାଇ ଆସୁଛି ବୋଲି ମନ୍ତ୍ରୀ କହିଥିଲେ । ଏବେ ଠାରୁ ସମସ୍ତେ ଏକ ହୋଇ ଆଗାମୀ ଦିନରେ ବିଜେଡି ଦଳକୁ କିପରି ଆଗକୁ ନେବା ସହିତ ଆମର ପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଉପସ୍ଥିତ ଥିବା କର୍ମୀ ମାନଙ୍କୁ ସେ ଆହ୍ୱନ ଦେଇଥିଲେ । ସେହିପରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ ନେତ୍ୱତ୍ୟରେ ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଚିନ୍ମୟ ରାଉତ ଓ କଣାସ ବ୍ଳକର ଗଡସାହିର ବିଭୁତି ଭୂଷଣ ବେବର୍ତ୍ତାଙ୍କ ସହିତ ତ୍ରିଲୋଚନପୁର ଓ ସିରେଇ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ମନ୍ତ୍ରୀଙ୍କ୍ ଉପସ୍ଥିତିରେ ବିଜେଡି ଦଳୀୟ ଉତ୍ତରୀୟ ପକାଇ ଦଳରେ ସାମିଲ ହୋଇଥିଲେ ।  ବିଧାୟକ ଶ୍ରୀ ସମାନ୍ତରାୟ  ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡି ସରକାରଙ୍କ ସମୟରେ କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।  ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା କହିଥିଲେ ମାନ ଅଭିମାନ ସବୁ ପଛରେ ପକାଇ ଦେଇ ଆଗାମୀ ଦିନରେ ସମସ୍ତେ ଏକାଠି ହୋଇ ବିଧାୟକ ଶ୍ରୀ ସାମନ୍ତରାୟଙ୍କୁ ବିପୁଳ ଭୋଟରେ ବିଜୟ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟ ବା ବିଜେଡି ଦଳକୁ ମଜବୁତ କରିବା ପାଇଁ ସମସ୍ତ ବିଜେଡି କର୍ମୀ ମାନଙ୍କୁ ନିବଦେନ କରିଥିଲେ । ସେହିପରି କିଛି ଅପାରଗ ନେତା ନୀରିହ ଲୋକମାନଙ୍କୁ ଭ୍ରମରେ ପକାଇବା ପାଇଁ ନବୀନ ପଟ୍ଟନାୟକ, ଲୋକସଭା  ସଦସ୍ୟ ପ୍ରାର୍ଥୀଙ୍କ ଫଟୋକୁ ବ୍ୟାନରରେ ନିଜ ଫଟୋ ଓ ନାମ ଯୋଡି କରି ନୂତନ ବର୍ଷରେ ବିଭିନ୍ନ ଯାଗାରେ ମାରି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ନାଟକ କରୁଛନ୍ତି । ସେମାନଙ୍କ ଠାରୁ ଦୂରେଇ ରହନ୍ତୁ । ସେମାନେ କେବେ ବିଜେଡି ଦଳର କର୍ମୀ ନୁହନ୍ତି ବା କେବେ ସେମାନେ ବିଜେଡି ଦଳର ଭଲ ଚାହାନ୍ତି ନାହିଁ । କିଛି ପଇସା ଲୋଭ ଦେଖାଇ ର‌୍ୟାଲି କରାଇ, ବିରୋଧୀ ଦଳ ସହିତ ହାତ ମିଳାଇ ବିଜେଡି କର୍ମୀ ମାନଙ୍କୁ ଠକିବା ପାଇଁ ଏମାନଙ୍କର ଏକ ଉଦ୍ଦ୍ୟମ ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା  କହିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଦଳୀୟ ପର୍ଯ୍ୟବେକ୍ଷକ ପ୍ରମୋଦ କୁମାର ସାମଲ , ପୁରୀ ଲୋକସଭା ସଦସ୍ୟଙ୍କ ପ୍ତ୍ରତିନିଧି  ତଥା ସତ୍ୟବାଦୀ ବ୍ଳକର ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ଧୃବଚରଣ ଦାଶ,  ବ୍ଳକ ଉପାଧ୍ୟକ୍ଷା ନିବେଦିତା ପାତ୍ର, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ବିକ୍ରମ ପାତ୍ର, ନାରୀନେତ୍ରୀ ଯମୁନା ଅପା, , ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରା, କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର, ବିଦ୍ୟାଧରପୁର ସରପଞ୍ଚ ଦୁଃଶାସନ ପ୍ରଧାନ, ପ୍ରିୟଙ୍କା ପଣ୍ଡା, ନରେନ୍ଦ୍ରପୁର ସମିତିସଭ୍ୟା ଝରଣା ମଲିକ, ସିରେଇ ସରପଞ୍ଚଙ୍କ ପ୍ରତିନିଧି  ଦେବଦତ୍ତ ପରିଡା, ତ୍ରିଲୋଚନପୁର ସରପଞ୍ଚଙ୍କ ପ୍ରତିନିଥି ଗୁଣନିଧି ପାତ୍ର, ପୂର୍ବତନ ପେଣ୍ଠପଡା ସରପଞ୍ଚଦେବେନ୍ଦ୍ର ମହାପାତ୍ର, କଣାସ ବ୍ଳକର ଆତ୍ମର ଅଧ୍ୟକ୍ଷ ସଂଜୟ ଭୋଳ, କଣାସ ବ୍ଳକର ବିଜେଡି ସଭାପତି ସୁରେଶ କୁମାର ସାହୁ,  ସତ୍ୟବାଦୀ ବ୍ଳକର ବିଜେଡି ଯୁବ ସଭାପତି ଶରତ ରାଉତ, ବିଜୁ ଛାତ୍ର ସଭାପତି ଦୀନେଶ ମହାପାତ୍ର, କଣାସ ବ୍ଳକର ଯୁବ ବିଜେଡି ସଭାପତି ବସନ୍ତ କୁମାର ଜେନା ପ୍ରମୁଖ ଯୋଗ ଦେଇ ବିଜେଡି ସରକାରଙ୍କ ଗୁଣଗାନ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୧/୨୦୨୩----୭,୧୦   Sakhigopal News, 12/1/2023

ads

Blog Archive