ads

Breaking News

ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ



ଭଞ୍ଜନଗର ---ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ୍ ଅନ୍ତର୍ଗତ ତେନ୍ତୁଳିଆ ଶାସନ ଦେବସ୍ଥାନ ମହାବିଦ୍ୟାଳୟରେ ଆଠ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ଡଃ.ରମଣୀ ରଂଜନ ମିଶ୍ରଙ୍କ ପୌରୋହିତ୍ୟରେ ଉଦଯାପିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥିରୂପେ ଅଷ୍ଟମ ସ୍ପେସାଲ୍ ଆଇ.ଆର୍.ବାଟାଲିୟନ୍,ତନରଡାର କ୍ୟାପ୍ ଟେନ୍ ଉମେଶ ଚନ୍ଦ୍ର ଜେନା,ଏବଂ ମୁଖ୍ୟବକ୍ତା ରୂପେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଡଃ.ରାଜେନ୍ଦ୍ର ପ୍ରସାଦ ସ୍ବାଇଁ ଯୋଗଦେଇ ଆତ୍ମସୁରକ୍ଷା ତାଲିମ୍ ର ଉପକାରିତା ବିଷୟରେ ବକ୍ତବ୍ୟ ରଖିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ପ୍ରଫେସର୍ ବଦ୍ରୀନାରାୟଣ ପାତ୍ର ଏବଂ ପ୍ରସାସନିକ ଅଧିକାରୀ ଡଃ.ଜଗନ୍ନାଥ ତ୍ରିପାଠୀ ଯୋଗଦେଇ ଉକ୍ତ ତାଲିମ୍ ନିଶ୍ଚୟ ଛାତ୍ରୀମାନଙ୍କୁ ସହାୟତା କରିବା ସହିତ ନିଜେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ତାଲିମ୍ ଶିବିରର ସଂଯୋଜକ ଅଧ୍ୟାପକ ବସନ୍ତ କୁମାର ଶତପଥି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ପ୍ରଦାନ କରିବାସହିତ ତାଙ୍କ ତତ୍ତ୍ବାବଧାନରେ ଶୁଙ୍ଖଳିତ ଭାବେ ତାଲିମ ପରିଚାଳିତ ହୋଇଥିଲା । ମାଷ୍ଟର ଟ୍ରେନର ପ୍ରିୟଙ୍କା ସ୍ବାଇଁ ଓ ସଙ୍ଗୀତା ସ୍ବାଇଁଙ୍କ ଦ୍ବାରା ପ୍ରଶିକ୍ଷଣ ପାଇଥିବା ଛାତ୍ରୀମାନେ ନିଜନିଜର କୌଶଳ ଅତିଥିମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । ଅତିଥିମାନଙ୍କ ଦ୍ବାରା ଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଛାତ୍ରୀ କାବେରୀ ନାଇକ ପ୍ରାରମ୍ଭିକ
 ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟାପିକା ମିନତୀ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତକାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧/୨୦୨୩----୭,୧୦ Sakhigopal News,13/1/2023

ads

Blog Archive

Popular Posts