ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ
ଭଞ୍ଜନଗର-- କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡ଼କ 34ତମ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯୁବରେଡ଼କ୍ରସ ଏବଂ ଜାତୀୟ ସେବା ଯୋଜନା ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ । ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱ କରିଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ । କନିଷ୍ଟ ଯାନବାହାନ ନିରୀକ୍ଷକ ନେତ୍ର|ନନ୍ଦ ମିଶ୍ର ଯୋଗ ଦେଇ କାର୍ଯ୍ୟାଳୟ ଦ୍ୱାରା ଗାଡି ଯାଞ୍ଚ ସମ୍ପର୍କରେ କହିଥିଲେ ।ଅବୈତନିକ ବନ ତତ୍ୱାବଧାରକ ଶୁଳପାଣି ଶତପଥି ସଚେତନତା ବାର୍ତ୍ତା ଦେଇଥିଲେ ।ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ସଡ଼କ ସୁରକ୍ଷା ସଚେତନତା ସିନେମା ପ୍ରଦର୍ଶନ କରାଯାଇଥିଲା । ଯୁବ ରେଡ କ୍ରସ ଉପଦେଷ୍ଟା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଦିପୁ ଭୂୟାଁ ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ସ୍ୱରୂପା ରାଣୀ ବିଶ୍ୱାଳ, ପିଙ୍କି ପଲାଇ ସ୍ନିଗ୍ଧା ରାଣୀ ଗୌଡ଼, ରୁପାଲୀ ବିଷୋଇ, ଦେଵେଶ ଚନ୍ଦ୍ର ମହାପାତ୍ର, ସଞ୍ଜୟ ସାହୁ, ମହେଶ୍ୱର ରାଉତ, ପି ଦୀପକ ରାଓ ସନ୍ତୋଷୀ ପରିଡା ରମେଶ ରାଉତ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧/୨୦୨୩----୭,୪୦ Sakhigopal News,13/1/2023



