୯୫ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ
ପିପିଲି--- ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଥାନା ଅଧୀନ ସାତଶଙ୍ଖ ବଜ଼ାରରେ ଚଢ଼ାଉ କରିଥିଲେ। ସେଠାରୁ ରାମଚନ୍ଦ୍ର ବେହେରା , ବୟସ-28 ଗିରଫ କରି ତାଙ୍କ ନିକଟରୁ 95 ଗ୍ରାମ ବ୍ରାଉନ ସୁଗାର(ହେରୋଇନ ) ଜବତ କରିଛି। ପିପିଲି ଅବକାରୀ ଥାନା କେସ ନଂ -92/22-23ରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 9,50,000 ଟଙ୍କାରୁ ଉର୍ଦ୍ଧ ହେବ।ଏହି ଚଢ଼ାଉରେ ଅବକାରୀ SI ଶ୍ରୀ ନାରାୟଣ ବେହେରା, ASI ଶ୍ରୀ ଲୋକନାଥ ପାତ୍ର,Staff- ସବିତା ସାହୁ,ପ୍ରବୀଣ ବିରାଜ କିରୋ, ଶେଖ ୱାରିସ, ଆଶିଷ କୁମାର ପ୍ରଧାନ, ଦୀନବନ୍ଧୁ ବାରିକ,ତପନ ପ୍ରଧାନ,ଜଗନ୍ନାଥ ଦାସ, ମାନସ ନାଏକ, ଫିରୋଜ ମହାନନ୍ଦିଆ ପ୍ରମୁଖ ସାମିଲ ଥିଲେ । ପିପିଲି ରୁ ବିଜୟ କୁମାର ମହାପାତ୍ରଙ୍କ ରିପୋର୍ଟ ,୧୩/୧/୨୦୨୩--୭,୪୫ Sakhigopal News,13/1/2023



