ବିବାଦୀୟଙ୍କୁ କୁରାଳ ପାକ୍ସ ସମ୍ପାଦକ ରୂପେ ଦାୟିତ୍ୱ ନେଲେ; ଚାଷୀ ଏବେ ଶସ୍ତାରୁ ଯାଇ ମହରଗରେ ପଡିଲେ
ଓଡ଼ଗାଁ:- କୁରାଳ ପାକ୍ସ ସମ୍ପାଦକ ରୂପେ ଅତିରିକ୍ତ ଦାୟିତ୍ୱରୁ ଭଗବାନ ଭଞ୍ଜଙ୍କୁ ବାହାର କରିଥିବା ବେଳେ କୋମଣ୍ଡ ସମବାୟ ସମିତିର ବହୁଚର୍ଚ୍ଚିତ ବିବାଦୀୟ ସମ୍ପାଦକ ଲିଙ୍ଗରାଜ ସାହୁଙ୍କୁ କୁରାଳ ପାକ୍ସର ସମ୍ପାଦକ ରୂପେ ଅତିରିକ୍ତ ଦାୟିତ୍ୱ ତୁଲାଇବା ପାଇଁ ସହକାରୀ ସମବାୟ ସମିତି ନିବନ୍ଧକ, ନୟାଗଡ଼ ନିର୍ଦେଶ ଦେଇଛନ୍ତି।
ସୂଚନାଥାଉକି, ନୂତନ କରି କୁରାଳ ପାକ୍ସର ସମ୍ପାଦକ ରୂପେ ଅତିରିକ୍ତ ଦାୟିତ୍ୱ ପାଇଥିବା ତଥା କୋମଣ୍ଡ ସମବାୟ ସମିତିର ସମ୍ପାଦକ ଲିଙ୍ଗରାଜ ସାହୁଙ୍କ ନାଁ ପୂର୍ବରୁ ବିବାଦୀୟ ରୂପେ ନୟାଗଡ ଜିଲ୍ଲାରେ ପରିଗଣିତ ହୋଇସାରିଛି। କାରଣ ଲିଙ୍ଗରାଜ ସାହୁଙ୍କ ନାଁରେ ଫତେଗଡ଼ ଥାନା ରେ କେଶ ନଂ ୯୭/୨୦୧୬ ଓ ଖଣ୍ଡପଡ଼ା ଜେଏମଏଫସି କୋର୍ଟରେ ୨୦୪/୨୦୧୬ ରେ କେଶ୍ ଚାଲିଛି । ସେ ପୂର୍ବରୁ ସମିତିକୁ ୧୧ ମାସ ନଆସି ଦରମା ନେଇଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏହା ସହ ସେ ଚାଷୀଙ୍କୁ ୧୫ହଜାର ଟଙ୍କାର ଋଣ ଦେଇ ସେମାନଙ୍କଠାରୁ ୨ହଜାର ଲାଞ୍ଚ ନେଇଥିବା ନେଇ ମଧ୍ଯ ଚାଷୀମାନେ ସହକାରୀ ସମବାୟ ନିବନ୍ଧକଙ୍କୁ ଲିଖିତ ଅଭିଯୋଗ କରିଥିବା ଖବର ହସ୍ତଗତ ହୋଇଥିଲା। ଏନେଇ ଶ୍ରୀ ସାହୁ ପୂର୍ବରୁ ୧ /୨ ଥର ନିଲମ୍ବନ ହୋଇ ମଧ୍ଯ ପୁଣି ଚାକିରିରେ ଯୋଗ ଦେଇଛନ୍ତି।
ତେବେ ଏତେସବୁ ଅଭିଯୋଗ ରହିଥିବା ବିବାଦୀୟ ଅଧିକାରୀଙ୍କୁ କିପରି ଆଉ ଗୋଟିଏ ନୂତନ ଦାୟିତ୍ୱରେ ରଖାଗଲା ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି। ତେବେ ଏହି ବିବାଦୀୟ ଅଯୋଗ୍ୟ ସମ୍ପାଦକ ଙ୍କୁ ନୂଆ ସମ୍ପାଦକ ଭାବେ ଅତିରିକ୍ତ ଦାୟିତ୍ୱ ଦେବା,ଏସବୁ ଘଟଣା ଦେଖିଲେ ମାଙ୍କଡ଼ ହାତରେ ଶାଳଗ୍ରାମ ଦିଆଯାଇଛି ବୋଲି ମଧ୍ଯ କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟ ପକ୍ଷେ ଚାଷୀମାନେ ଏବେ ଶସ୍ତାରୁ ଯାଇ ମହରଗରେ ପଡିଲେ ବୋଲି ଆଲୋଚନା ହେଉଛି। ଦେଖିବାକୁ ବାକି ରହିଲା ନୂଆ ସମ୍ପାଦକ ଶ୍ରୀ ସାହୁ ଚାଷୀଙ୍କ ସମସ୍ୟାର ସମାଧାନ କରୁଛନ୍ତି କେବେ? ।ଏବଂ ଧାନ ମଣ୍ଡି ଖେଲୁଛି କେବେ? ।କାଟ ନେଉଛନ୍ତି କେତେ ତାହା ଆଗାମୀ ଦିନ କହିବ ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୦/୧/୨୩----୯,୪୫ Sakhigopal News,10/1/2023



