ads

Breaking News

କୁରାଳ ପାକ୍ସ ସମ୍ପାଦକ ଦାୟିତ୍ୱ ନେଲେ କୋମଣ୍ଡ ସମବାୟ ସମ୍ପାଦକ




ଓଡ଼ଗାଁ:- କୁରାଳ ପାକ୍ସ ସମ୍ପାଦକ ଭଗବାନ ଭଞ୍ଜଙ୍କ ଠାରୁ କୁରାଳ ପାକ୍ସ ସମ୍ପାଦକ ଅତିରିକ୍ତ ଦାୟିତ୍ୱ କାଢି ନିଆଯାଇଛି। ଶ୍ରୀ ଭଞ୍ଜ କୁରାଳ ପାକ୍ସରେ ସମ୍ପାଦକ ରୂପେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ସହ କୈବଲ୍ୟପୁର ସମିତିରେ ମଧ୍ଯ ସମ୍ପାଦକ ଦାୟିତ୍ୱରେ ଥିଲେ। ବର୍ତ୍ତମାନ କୋମଣ୍ଡ ସମବାୟ ସମିତିର ସମ୍ପାଦକ ଲିଙ୍ଗରାଜ ସାହୁଙ୍କୁ କୁରାଳ ସମବାୟ ସମିତିର ନୂତନ ସମ୍ପାଦକ ରୂପେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ସହକାରୀ ସମବାୟ ସମିତି ନିବନ୍ଧକ ସମୂହ, ନୟାଗଡ଼ ଆଦେଶ ଦେଇଛନ୍ତି। 
                    ସୂଚନାଥାଉକି, ଆଜି କୁରାଳ ପାକ୍ସରେ ତାଲା ଝୁଲାଇ ସମ୍ପାଦକ, ପିଅନ, ସଭାପତି ସମସ୍ତେ କେଉଁଆଡ଼େ ଚାଲିଯାଇଥିଲେ । ଯେଉଁଥି ପାଇଁ ଚାଷୀ ସୋସାଇଟିକୁ ଆସି ନିରାଶ ମନୋଭାବରେ ଫେରିଥିଲେ। ଏହାସହ ଗତ ୪ଦିନ ଧରି ସମିତିରେ ଧାନ ମଣ୍ଡି ଅନୁକୂଳ ହୋଇନଥିବା ବେଳେ ଦୈନିକ ଚାଷୀ ସକାଳୁ ସଂନ୍ଧ୍ଯା ଯାଏ ସମିତିରେ ବସି ବସି ଘରକୁ ଫେରୁଥିଲେ। ଫଳରେ ଚାଷୀ ହୋହାଲ୍ଲା କରିବା ସହ ନାନା ଅସନ୍ତୋଷ ପ୍ରକାଶ କରୁଥିଲେ। ଏନେଇ ସୋସିଆଲ ମିଡିଆରେ ମଧ୍ଯ ଅନେକ ତର୍କବିତର୍କ ଲାଗିଥିଲା। 
                 ତେବେ ସବୁ ପରେ ଯିଏ ଯେଉଁଠାକୁ ବଦଳି ହେଉନା କାହିଁକି, ଚାଷୀଙ୍କ ସମସ୍ୟାର ସମାଧାନ କେବେ ହେବ? ।  ମଣ୍ଡି ଅନୁକୂଳ କେବେ ହେବ? । ଧାନ କେବେ ଉଠିବ ?। ତାହା ଦେଖିବାକୁ ବାକି ରହିଲା। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ , ଓଡ଼ଗାଁ
ତା:- ୧୦/୧/୨୩-----୯,୨୦ Sakhigopal News,10/1/2023

ads

Blog Archive