ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାୟଖଣ୍ଡି ଗ୍ରାମରେ ଥିବା ଶ୍ରୀ ନାରାୟଣଙ୍କ ପୀଠ ପରିସରରେ ଶହୀଦ ଭଗତ ସିଂଯୁବକ ସଂଘ ଆନୁକୂଲ୍ୟରେ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ପରିବେଶର ସୁରକ୍ଷା, ବିଶ୍ୱର କଲ୍ୟାଣ, ମହାମାରି କରୋନା ଠାରୁ ବିଶ୍ୱକୁ ରକ୍ଷା କରିବା ସହ ଶ୍ରୀକୃଷ୍ଣଙ୍କ ନାମ ଜପ କରିବା ପାଇଁ ତିନିଦିନ ଧରି ଏକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଡିତ ହୋଇଯାଇଛି । ଗ୍ରାମର ପ୍ରାୟ ୪୦ ଜଣ ପୁରୁଷ ମହିଳା ମାନେ ପୁଣ୍ୟତୋୟା ଭାର୍ଗବୀ ନଦୀର ଗବକୁଣ୍ଡ କଟଠାରୁ କଳସ ବୁଡାଇଥିଲେ । କଳସଯାତ୍ରା ପରେ ଅଙ୍କୁରାରୋପଣ, ଅଗ୍ନିସ୍ଥାପନ, ସୂର୍ଯପୂଜା, ଗୋପୂଜା, ବେଦପାଠ, ଆଳତୀ, ଉପଚାର କରାଯିବା ସହ ବିଶ୍ୱର କଲ୍ୟାଣ ନିମେନ୍ତ ଂଜ୍ଞରେ ଘୃତ ଆହୂତି ପ୍ରଦାନ କରାଯାଇଥିଲା । ଯଜ୍ଞରେ କର୍ତ୍ତା ଭାବେ ପ୍ରଫୁଲ ଚନ୍ଦ୍ର ମିଶ୍ର ଓ କର୍ତ୍ତୀ ଭାବେ ଲିଲି ମିଶ୍ର ରହିଥିବା ବେଳେ ମୁଖ୍ୟ ପୁରୋହିତ ଭାବେ ଶିବ ରଥ ଓ ତାଙ୍କ ସହଯୋଗୀ ମାନେ ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ । ଗ୍ରାମବାସୀ ଓ ଯୁବକ ସଂଘର ସଦସ୍ୟ ମାନେ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର୍ର ସେନାପତି, ୧୦/୧/୨୦୨୩----୭,୧୦ Sakhigopal News , 10/1/2023



