ads

Breaking News

ସାକ୍ଷୀଗୋପାଳ କଲେଜରେ ଆତ୍ମରକ୍ଷା ତାଲିମ୍ ଶିବିର




ସାକ୍ଷୀଗୋପାଳ,- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ଆତ୍ମରକ୍ଷା  ତାଲିମ୍ ଶିବିର ଉଦଘାଟିତ ହୋଇଯାଇଛି l  ଏହି ତାଲିମ୍ ଟି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ତରଫରୁ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନଙ୍କୁ ପ୍ରଦାନ କରାଯାଉଛି l ଆଜିର ଉଦଘାଟନ ଶିବିରରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା, ବିଶ୍ୱଜିତ ପ୍ରଧାନ ନୋଡାଲ କୋଅଡିନେଟର , ପ୍ରଜ୍ଞା ପ୍ରସ୍ମିତା ମହାନ୍ତି (PHT. Statistics ), ଗଙ୍ଗାଧର ମହାନ୍ତି (DA. SCS., HSS, Puri), ତଥା ଅନୁଷ୍ଠାନର ବଡ଼ବାବୁ ଶ୍ରୀ ରାଜକିଶୋର ପତି ପ୍ରମୁଖ ଯୋଗଦେବାସହ  ଏହି ଶିବିରରୁ ତାଲିମପ୍ରାପ୍ତ ହୋଇ ଆଗାମୀ ଜୀବନରେ ସମ୍ମୁଖୀନ ହେବାକୁଥିବା ବିପଦକୁ ସାହାସିକତାର ସହ ପ୍ରତିକାର କରିବାକୁ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ l ଯେଉଁଥିରେ ବିଦ୍ୟାଳୟର ଏକାଦଶ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ତାଲିମଦାତା ପାର୍ବତୀ ମହାରଣାଙ୍କ ଦ୍ୱାରା ଆତ୍ମରକ୍ଷା ତାଲିମ ପ୍ରଦାନ କରାଯିବ l ଏହି କାର୍ଯ୍ୟକ୍ରମଟି ବାଣିଜ୍ୟ ବିଭାଗର ପ୍ରାଧ୍ୟାପିକା ତଥା ଏହି କାର୍ଯ୍ୟକ୍ରମର ସଂଯୋଜିକା ପ୍ର. ବିଜୟଲଷ୍ମୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା । କ୍ରୀଡ଼ାଶିକ୍ଷକ ଶ୍ରୀ ରଘୁନାଥ ପରିଡ଼ା ଏବଂ ଅଣଶିକ୍ଷକ କର୍ମଚାରୀ ଶ୍ରୀ ମହେଶ୍ୱର ମିଶ୍ର ପ୍ରମୁଖ ଏଥିରେ ସହଯୋଗ କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୧/୨୦୨୩---୮,୫୫ Sakhigopal News,12/1/2023

ads

Blog Archive

Popular Posts