ads

Breaking News

ଜଟଣୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ତରଫରୁ ଆଲୋଚନା ଚକ୍ର


ଜଟଣୀ---- ଜଟଣୀ ମହାବିଦ୍ୟାଳୟ ସଭାଗୃହରେ ଓଡ଼ିଆ ଓ ଭାଷା ସାହିତ୍ୟ ବିଭାଗ
ତରଫରୁ ଏକ ସାରସ୍ଵତ ପାଠଚକ୍ର ବିଭାଗୀୟ ମୁଖ୍ୟ ଡଃ. ତପନ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପାଠଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ବଂଶୀଧର କର ଉଦ୍‌ଘାଟନ କରି ଓଡ଼ିଆସାହିତ୍ୟ କ୍ଷେତ୍ରରେ ଶିଶୁ ସାହିତ୍ୟ କିପରି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ତାହା ଉପରେ ଆଲୋକପାତ
କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସଂଳାପ ଲେଖକ ତଥା ଶିଶୁ ସାହିତ୍ୟିକ ଡଃ. ରଜନୀ ରଞ୍ଜନ ଦାସମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ସାହିତ୍ୟର ସାହିତ୍ୟ ଗଠନରେ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହିତ ଏହି ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ବିତାଇଥିବା ଦୀର୍ଘ ୧୨ବର୍ଷର
ସ୍ମୃତିକୁ ରୋମନ୍ଥନ କରିଥିଲେ । ସମ୍ମାନୀତ ଅତିଥିଭାବେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ
ଡଃ. କମଳ କୁମାର ପାଣି ଯୋଗଦେଇ ସାହିତ୍ୟ କିପରି ଏକ ମାର୍ଜିତ ଜୀବନ ଯାପନ ପାଇଁ ପ୍ରେରଣା
ଦେଇଥାଏ ତାହା ଉପରେ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡଃ. ଆଲୋକ କୁମାର
ଛୋଟରାୟ ଅତିଥୀ ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଅଧ୍ୟାପିକା ଡଃ. ପ୍ରିତିସୀମା
ସ୍ୱାଇଁ । ପ୍ରଥାସିଦ୍ଧ ଧାରାରେ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୧/୨୦୨୩-----୯,୨୦ Sakhigopal News,11/1/2023

ads

Blog Archive