ads

Breaking News

ବିଶ୍ୱକପ ହକି -୨0୨୩ ର ଉଦଘାଟନୀ ଉତ୍ସବ; ଦୁଲକିଲା ଜଟଣୀ



ଜଟଣୀ ---ଆଜି ଅପରାହ୍ନରେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ  ବିଶ୍ୱକପ ହକି -୨୦୨୩ ର ଉଦଘାଟନୀ ଉତ୍ସବକୁ ନେଇ ଭରଚୁଆଲ ମୂଡ଼ରେ ସିଧା ପ୍ରସାରଣର ଆୟୋଜନ କରିଥିଲେ ଜଟଣୀ ପୌରପରିଷଦ l ଏଥିପାଇଁ ସକାଳୁ ଚଳଚଞ୍ଚଳ ହୋଇ ଉଠିଥିଲା ସହର l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମୋ ଜଟଣୀ ସ୍ଥିତ ଗାନ୍ଧୀ ପାର୍କ ଠାରେ ଅପରାହ୍ନ ୩ ଘଟିକା ଠାରୁ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା  l ଏହି କାର୍ଯ୍ୟକ୍ରମ ପୌର ପରିଷଦର ଅଧକ୍ଷ ଅନନ୍ତ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଜଟଣୀ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା ପ୍ରମୁଖ ସମସ୍ତ ସରକାରୀ ଅଧିକାରୀ ତଥା କର୍ମଚାରୀ ମାନେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସରଷ ସୁନ୍ଦର କରିବାପାଇଁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସଂଗୀତ ବରିବେଷଣ ହୋଇଥିଲା l ଏହାକୁ ଉପଭୋଗ ତଥା ଭାରତୀୟ ହକି ଖେଳାଳିଙ୍କୁ ଉତ୍ସାହ ଏବଂ ଚିଅର୍ସ କରିବା ପାଇଁ ହଜାର ହଜାର ଜନ ସାଧାରଙ୍କ ସମାଗମ ଦେଖିବାଳୁ ମିଳିଥିଲା l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୧/୨୦୨୩----୯,୧୦ Sakhigopal News,11/1/2023

ads

Blog Archive