ads

Breaking News

ସାକ୍ଷୀଗୋପାଳ କଲେଜରେ ରାଜନୀତି ବିଜ୍ଞାନ ବିଭାଗରେ ସ୍ୱାଗତ ଉତ୍ସବ


ସାକ୍ଷୀଗୋପାଳ :-  ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆଜି +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ସ୍ୱାଗତୋତ୍ସବ ତଥା “ଉଚ୍ଚଶିକ୍ଷାରେ ଆଧ୍ୟାତ୍ମିକତାର ଭୂମିକା” ଶୀର୍ଷକ ଏକ ସଂପାନ କାର୍ଯ୍ୟକ୍ରମ ଅନୁଷ୍ଠିତ ଊ ହୋଇଯାଇଛି l  ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ  ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା 
ସଭାପତିତ୍ୱ କରି ନିଜ ବକ୍ତବ୍ୟରେ “ଆଧ୍ୟାତ୍ମିକତା ଓ ଶିକ୍ଷା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ମତ ରଖିଥିଲେ l  ମୁଖ୍ୟ ଅତିଥିଭାବେ ଅଦୈତ୍ୱ ବେଦାନ୍ତର ଆଚାର୍ଯ୍ୟ ଶ୍ରୀ ସଞ୍ଜୟ ଚୈତନ୍ୟ ଉଚ୍ଚଶିକ୍ଷାରେ ଆଧ୍ୟାତ୍ମିକତାର ଭୂମିକା ବିଷୟରେ ଆଲୋଚନା କରିବା ସହିତ  ଆତ୍ମସାକ୍ଷାତକାର (self-realisation)ର ଏକ ଦଶ ମିନିଟ ଅନୁଭବାତ୍ମକ ଧ୍ୟାନ କରାଇଥିଲେ l ଶ୍ରୀ ଅଭିମନ୍ୟୁ ସାହୁ ମୁଖ୍ୟ ବକ୍ତା ଭାବରେ ଆଦି ଭୌତିକରୁ ଆତ୍ମା ପର୍ଯ୍ୟନ୍ତ ତଥା ଅନ୍ତରିକ୍ଷରୁ ଅନ୍ତରାତ୍ମା ପର୍ଯ୍ୟନ୍ତ ଯାତ୍ରାକୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l ସଂମ୍ମାନୀତ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଶ୍ରୀ ବିନୋଦ କ୍ରିଷ୍ଣ ବର୍ମା ଭାରତର ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ମହାନତା ବର୍ଣ୍ଣନା କରି ପ୍ରାଣାୟାମ ତଥା ଯୋଗମୁଦ୍ରାର ଉପକାରିତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ l  

     କାର୍ଯ୍ୟକ୍ରମ ଆରମ୍ଭରେ  ବିଭାଗର ଛାତ୍ରଛାତ୍ରୀମାନେ ବେଦ ଧ୍ୱନି ସହ ସ୍ୱାଗତ ସଂଗୀତ ଗାନ କରିଥିଲେ l କାର୍ଯ୍ୟକ୍ରମରେ ବିଭାଗୀୟ ଅଧ୍ୟାପକ ପ୍ରଫେସର ଅମରନାଥ ପାଲ୍ ନିଜ ଅଭିଭାଷଣ ରଖିଥିଲେ l ବିଭାଗୀୟ ମୁଖ୍ୟ ପ୍ରଫେସର ରତ୍ନାକର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ମହାବିଦ୍ୟାଳୟର ବଡ଼ବାବୁ ଶ୍ରୀ ରାଜକିଶୋର ପତି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

    ସର୍ବଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ  ଛାତ୍ରୀ ସୁଚିତ୍ରା ସ୍ୱାଇଁ, ରୀତିକା ରଥ ଓ ଜ୍ୟୋତ୍ରୀମୟୀ ପ୍ରଧାନ ନିଜନିଜର ନୃତ୍ୟ ପରିବେଷଣ କରିବା ସହ  ଛାତ୍ର ମନୋଜ କୁମାର ସାହୁ ନିଜର ସୁମଧୁର କଣ୍ଠରୁ ସୁନ୍ଦର ଗୀତ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧/୨୦୨୩----୮,୧୦ Sakhigopal News,4/1/2023

ads

Blog Archive

Popular Posts