ads

Breaking News

ପୁରୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ;୫କେଜି ଗଞ୍ଜେଇ ଜବତ, ଜଣେ ଗିରଫ

 
ପୁରୀ---  ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ  ପୁରୀ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି ଥାନା ଅଧୀନ ଜଗଦଳ ଅଞ୍ଚଳରେ ଚଢ଼ାଉକରି ଧନଞ୍ଜୟ ପଲେଇ ,ବୟସ - 35  ଙ୍କୁ ଗିରଫ କରି ତାଙ୍କ ଠାରୁ 5 କିଲୋ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନଂ -85/22-23 ରୁଜୁ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ  50,000/-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ସିଦ୍ଧେଶ୍ୱର ମଲ୍ଲିକ, ASI ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା, ଏବଂ କର୍ମଚାରୀ ଶ୍ରୀ ପ୍ରଦୀପ୍ତ ପଣ୍ଡା,ଦୀପ୍ତି ରଞ୍ଜନ ଦାସ ପ୍ରମୁଖ  ସାମିଲ ଥିଲେ । ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୧/୨୦୨୩----୭,୪୫ Sakhigopal News,5/1/2023

ads

Blog Archive

Popular Posts