ads

Breaking News

ରେମଣ୍ଡା ଡିଗ୍ରୀ ମହାବିଦ୍ୟାଳୟ ରେ ୨୦୨୩ ବିଶ୍ଵକପ୍ ହକି କାର୍ଯ୍ୟକ୍ରମ




ବରଗଡ଼--- ରେମଣ୍ଡା ଡିଗ୍ରୀ ମହାବିଦ୍ୟାଳୟ ରେ ହକି ବିଶ୍ୱକପ୍ ୨୦୨୩ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟ ରେ ବିଭିନ୍ନ ପୋଷ୍ଟର ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ହକି ସମ୍ବନ୍ଧୀୟ ଚିତ୍ତାକର୍ଷକ ରଙ୍ଗୋଲି ପ୍ରତିଯୋଗୀତା ହେଇଥିଲା  । ବିଭିନ୍ନ ସ୍ଲୋଗାନ୍ ସହିତ ଏକ ବିଶାଳ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିଥିଲା। ଭାରତୀୟ ହକି ଦଳ ର ବିଜୟ କାମନା କରି ସ୍ଲୋଗାନ୍ ଦେଇଥିଲେ ଛାତ୍ରଛାତ୍ରୀ ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଲରାମ ସାହୁ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା, ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ ,୫/୧/୨୦୨୩---୭,୪୫ Sakhigopal News,5/1/2023

ads

Blog Archive

Popular Posts