ads

Breaking News

ବରଗଡ ଜିଲ୍ଲାର ଧନୁଯାତ୍ରା ମହୋତ୍ସବ ୧୧ଦିନ ଚାଲିଥିବା ଉଦଯାପିତ


 
ବରଗଡ଼---  ବରଗଡ ଜିଲ୍ଲା ବରଗଡ ଠାରେ  ୧୧ ଦିନ ଚାଲିଥିବା ୭୫ ତମ ଅର୍ଥାତ୍ ହୀରକ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇଯାଇଛି। ଏଥିରେ ମହାନାୟକ କଂସ ପ୍ରତି ଦିନ ରାଜମହଲ ରୁ ରାଜ ଦରବାର ଆସିଥାନ୍ତି ଓ ଶାସନ ପାଇଁ ନଗର ପରିକ୍ରମା କରିଥିଲେ। ଏସବୁ ଦେଖିବା ପାଇଁ ଦରବାରରେ ପ୍ରବଳ ଜନ ସମାଗମ ହୋଇଥିଲା। ଅନ୍ତିମ ଦିବସ ରେ କୃଷ୍ଣ ଓ ବଲରାମ ଯୁଦ୍ଧ ହୋଇଥିଲା ଓ ପରେ କଂସ ମହାରାଜ କଂ ମରଣ ଦୃଶ୍ୟ ଦେଖିବାକୁ ବହୁସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଉପଭୋଗ କରିଥିଲେ। ଏହି ଯାତ୍ରା ସମୟରେ ମୀନାବଜାର, ବିଭିନ୍ନ ରାଜ୍ୟର ଖାଦ୍ୟ, ବସ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।
ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହି ଯାତ୍ରା କୁ ସହଯୋଗ କରିଥିଲେ ।ପରିଶେଷରେ ବରଗଡ ଜିଲ୍ଲାପାଳ ମନୀଷା ବାନାର୍ଜୀ ପରିଚାଳନା କମିଟୀ, ଜନସାଧାରଣ ସହଯୋଗ ଧନ୍ୟବାଦ ଜଣାଇଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ,୭/୧/୨୦୨୩-----୭,୨୦ Sakhigopal News,7/1/2023

ads

Blog Archive

Popular Posts