ads

Breaking News

ନିମବସନ୍ତ ଗ୍ରାମରେ ଆଧ୍ୟାତ୍ମିକ କବିତା ଆସର ;ପାଉଁଶ ତଳର ନିଆଁ ଗଳ୍ପ ପୁସ୍ତକ ଉନ୍ମୋଚିତ




ଡେଲାଙ୍ଗ----
  ଡେଲାଙ୍ଗ ବ୍ଲକର ହରିରାଜପୁର ଗ୍ରାମ ପଞ୍ଚାୟତ ଅଧିନ ନିମବସନ୍ତ ଗ୍ରାମରେ ସାହିତ୍ଯ ମହୋତ୍ସବ -୨୦୨୩ ପାଳିତ ହୋଇଯାଇଛି। ନିମାଇଁ ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ସାରସ୍ବତ ଉତ୍ସବରେ ଆଧ୍ୟାତ୍ମିକ କବିତା ଆସର ହେବା ସହ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ଗୀତାରାଣି ରାଉତରାୟ ମୂଖ୍ୟ ଅତୀଥି ଭାବେ ଯୋଗ ଦେଇ  ଗ୍ରାମାଞ୍ଚଳରେ କିପରି ଅଧିକରୁ ଅଧିକ ମାତ୍ରାରେ ଏଇଭଳି କାର୍ଯ୍ୟକ୍ରମ କରିବାକୁ ପଡ଼ିବ ତା ହେଲେ ନିଶ୍ଚୟ ଲୁକାୟିତ ସାହିତ୍ଯ ପ୍ରତିଭା ମାନେ ଲୋକ ଲୋଚନକୁ ଆସି ନୂତନ ଦିଗ୍‌ଦର୍ଶନ ପ୍ରଦାନ କରିପାରନ୍ତେ ବୋଲି  ବକ୍ତବ୍ୟରେ କହିଥିଲେ। ଅନ୍ୟତମ ଅତିଥି ଭାବେ ଅବତ୍ତିନ୍ନ ହୋଇଥିଲେ ନୀଳାଦ୍ରି ନାଥ ଜଗଦେବ ଓ ସନ୍ଥ କୁଳମଣି । କାର୍ଯ୍ୟକ୍ରମ କୁ ସଂଯୋଜକ ଦାୟିତ୍ବ ତୁଲାଇଥିଲେ ପାଲା କଳାକାର ବିଜୟ କୁମାର ପଟ୍ଟନାୟକ ଓ ରମେଶ ଚନ୍ଦ୍ର ପଲେଇ।ଉକ୍ତ ସଭାରେ ପ୍ରସନ୍ନ କୁମାର ମହାରଥୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦନା ଓ ମଂଚ ପରିଚାଳନା କରିଥିଲେ ମାନସ ରଞ୍ଜନ ପଟ୍ଟନାୟକ। ସୁନନ୍ଦା ମହାନ୍ତି,ବିଶାଖା ଦେବୀ,ସୁଜାତା ଦେବୀ,ପ୍ରମିଳା ପଟ୍ଟନାୟକ,ମନ୍ଦାକିନୀ ପଟ୍ଟନାୟକ,ମହେଶ୍ବର ବେହେରା,ପାଣ୍ଡବ ମହାରଣା ଓ ନିରଞ୍ଜନ ବରାଳ ସମେତ  ଅଶିରୁ ଉର୍ଦ୍ଧ କବି  ନିଜ ସ୍ବରଚିତ ଆଧ୍ୟତ୍ମିକ କବିତା ପରିବେଷଣ କରାଇ ଶ୍ରୀ ଚୈତନ୍ଯ ମଠ ପରିସରକୁ ଭକ୍ତିମୟ କରିବା ସହ ଈଶ୍ବରୀୟ ବାର୍ତ୍ତା ବାଣ୍ଟିଥିଲେ।ଗାଳ୍ପିକ କାଳୀ ଚରଣ ପଟ୍ଟନାୟକଙ୍କ ରଚିତ ଗଳ୍ପ ସଂକଳନ ପାଉଁଶ ତଳର ନିଆଁ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।ପରିବେଶବିତ୍‌ ଓ ସବୁଜ ପ୍ରେମୀ ହୃଷିକେଶ ପାଢୀଙ୍କ ବ୍ୟାନର ସରପଞ୍ଚଙ୍କ ଦ୍ବାରା ଲୋକାର୍ପିତ ହେବା ପରେ ସମସ୍ତ ଉପସ୍ଥିତ କବି କବୟିତ୍ରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପତ୍ର ପଦାନ କରାଯାଇଥିଲା । ଶିକ୍ଷାବିତ୍ ରତ୍ନାକର ଜେନା ଓ କୃଷ୍ଣ ମୋହନ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର କର୍ମକର୍ତ୍ତା ମାନେ ଯଥା ଦାଶରଥି ମହାନ୍ତି,ବିଶ୍ବ ରଂଜନ ମହାନ୍ତି,ପ୍ରଣବ କିଶୋର ପଟ୍ଟନାୟକ ଓ ପ୍ରସନ୍ନ କୁମାର ପଟ୍ଟନାୟକ ସହଯୋଗ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୧/୨୦୨୩----୮,୪୦ Sakhigopal News,9/1/2023

ads

Blog Archive