ads

Breaking News

ନୂଆ ସୋମେଶ୍ୱର ପୁର ସେବା ସମିତି ରେ ଧାନ ମଣ୍ଡି ଉଦଘାଟିତ



ସାକ୍ଷୀଗୋପାଳ---- : ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆ ସୋମେଶ୍ୱର ସେବା ସମବାୟ ସମିତିରେ  ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।  ଧାନ ମଣ୍ଡିର ଉଦଘାଟନୀ ଉତ୍ସବରେସମବାୟ ସମିତିର ସମ୍ପାଦକ ବ୍ରଜବନ୍ଧୁ ସାହୁ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଟିତ ଉତ୍ସବରେ ସମିତିର ସଭାପତି ବେନୁ ବାରିକ୍ ସମିତିର ସହ ସମ୍ପାଦକ ସୁବ୍ରତ କୁମାର ରଥ,  ଯୋଗ ଦେଇଥିଲେ। ଏହି ଅବସରରେ ସମିତି ଅଧିନରେ ନରେନ୍ଦ୍ରପୁର,ସୋମେଶ୍ଵରପୁର ରହିଥିବା ବେଳେ ଚଳିତ ବର୍ଷ ୩୪୫ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି। ପ୍ରଥମ ଦିନରେ ୨୫୦ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା ଏହି ସବୁ ଧାନକୁ କେସି ରାଇସ ମିଲର କ୍ରୟ କରିଥିଲେ । ସମିତିକୁ ପ୍ରଥମ ପର୍ଯ୍ୟାୟରେ  ୮୨୨୨ କୁଇଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ଯାଇଛି । ଏହି ମଣ୍ଡି ମାର୍ଚ୍ଚ ମାସ ଶେଷ ସୁଦ୍ଧା ଚାଲିବା ନେଇ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୧/୨୦୨୩----୮,୨୫ Sakhigopal News,9/1/2024

ads

Blog Archive